ଚାଷୀ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ । ବର୍ତ୍ତମାନ ସ୍ଥିତିରେ ମନା କଲେ ଉଚ୍ଚ ନ୍ୟାୟାଳୟ ।

186

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ ମନ୍ତବ୍ୟ । ଜାରି ରହିଥିବା କୃଷକଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ । ବର୍ତ୍ତମାନ ସ୍ଥିତିରେ ହସ୍ତକ୍ଷେପ କରିବାକୁ ମନା କଲେ ଉଚ୍ଚନ୍ୟାୟଳୟ ।

ସେପଟେ ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି କୃଷିମନ୍ତ୍ରୀଙ୍କ ଚିଠିକୁ ଚାଷୀ ନିଶ୍ଚିତ ପଢନ୍ତୁ । କୃଷିମନ୍ତ୍ରୀ ଚିଠି ଲେଖି ଭାବନା ପ୍ରକଟ କରିଛନ୍ତି ମୋଦି ।

ତେବେ ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଉପରେ ଥିଲା ସାରା ଦେଶର ନଜର । ଏହାରି ଭିତରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଛନ୍ତି । ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବ କି, ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କ ଏହି ପରାମର୍ଶକୁ ଅଗ୍ରାହ୍ୟ କରିଛନ୍ତି । କହିଛନ୍ତି ଏପରି ହେଲେ , ନା ଚାଷୀ ଆନ୍ଦୋଳନକୁ ଆସିବେ, ନା ଦେଶରେ କେବେ ନୂଆ ଆଇନ ଲାଗୁ ହୋଇପାରିବ ।