ମୁଲାୟମ ସିଂହ ଯାଦବ ଓ ଅଖିଳେଶ ଯାଦବଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ଥି : ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ସିବିଆଇ ଦେଲା କ୍ଲିନ୍ ଚିଟ୍

114

ଆୟରୁ ଅଧିକ ସମ୍ପତ୍ତି ମାମଲାରେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ଓ ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କୁ ବଡ ଆଶ୍ୱସ୍ଥି ମିଳିଛି । ଆୟରୁ ଅଧିକ ସମ୍ପତ୍ତି ମାମଲାରେ ସିବିଆଇ ଅଖିଳେଶ ଓ ମୁଲାୟମଙ୍କୁ କ୍ଲିନ୍ ଚିଟ୍ ଦେଇଛି । ସିବିଆଇ ଉଚ୍ଚତମ ନ୍ୟାୟାଳୟକୁ କହିଛି କି, ସେ ୨୦୧୩ରେ ମୁଲାୟମ ସିଂହ ଯାଦବଙ୍କ ବିରୁଦ୍ଧରେ ଆୟରୁ ଅଧିକ ସମ୍ପତ୍ତି ଠୁଳ ମାମଲାର ଯାଂଚ ବନ୍ଦ କରିସାରିଛି । ଅଖିଳେଶ ଓ ମୁଲାୟମଙ୍କ ବିରୁଦ୍ଧରେ ତାଙ୍କୁ କିଛି ସ୍ପଷ୍ଟ ପ୍ରମାଣ ମିଳି ନାହିଁ ।

ସୂଚନାଯୋଗ୍ୟ, ଅଖିଳେଶ, ମୁଲାୟମ, ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ଓ ପ୍ରତୀକ ଯାଦବଙ୍କୁ ନିଜ ଶକ୍ତିର ଦୁରୁପଯୋଗ କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆସିଥିଲା । ସୁପ୍ରିମକୋର୍ଟ ୧ ମାର୍ଚ୍ଚ ୨୦୦୭ରେ ସିବିଆଇକୁ ଅଭିଯୁକ୍ତଙ୍କ ଯାଂଚ କରିବା ପାଇଁ କହିଥିଲେ । ପରେ ୨୦୧୨ରେ କୋର୍ଟ ମୁଲାୟମ ସିଂହ ଯାଦବ, ଅଖିଳେଶ ଓ ପ୍ରତୀକଙ୍କ ପୁନର୍ବିଚାର ପିଟିସନ୍ ଖାରଜ କରିଦେଇଥିଲେ ।