ଜେଲରେ ରହିବେ ଆରଜେଡି ସୁପ୍ରିମୋ ! ଲାଲୁଙ୍କ ଜାମିନ୍ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

111

କନକ ବ୍ୟୁରୋ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ବଡ ଝଟକା । ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଲାଲୁ ଯାଦବ ଜାମିନ ଆବେଦନ କରିଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଲାଲୁଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଏକଥା ସ୍ପଷ୍ଟ ଯେ ସେ ଏବେ ଜେଲରେ ରହିବେ । ବର୍ତମାନ ଲାଲୁ ଯାଦବ ରାଂଚି ସ୍ଥିତ ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

୧୯୮୦ ଦଶକ ପରେ ପ୍ରଥମ ଥର ପାଇଁ ଲାଲୁ ଯାଦବଙ୍କ ଅନୁପସ୍ଥିତିରେ ଦଳ ନିର୍ବାଚନ ଲଢିବ । ଦଳର ଦାୟିତ୍ୱ ଲାଲୁଙ୍କ ହାତରେ ଥିଲେ ମଧ୍ୟ ଲାଲୁ ଏଥର ଅନୁପସ୍ଥିତ ରହିବେ । ସେପଟେ ଲାଲୁଙ୍କ ଦୁଇ ପୁଅ ତେଜସ୍ୱୀ ଓ ତେଜପ୍ରତାପଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଆରେଜଡି ବିରୋଧରେ ଆଉ ଏକ ମୋର୍ଚ୍ଚ ଖୋଲିଛନ୍ତି ।ସେପଟେ ତେଜସ୍ୱୀ ମଧ୍ୟ ଦଳ ପାଇଁ ଜୋରଦାର କସରତ ଚଳାଇଛନ୍ତି ।