କନକ ବ୍ୟୁରୋ : ୨ ଜୁନରେ କୋର୍ଟରେ ସରେଣ୍ଡର କରିବେ କେଜ୍ରିୱାଲ । ଯାହା ଦ୍ୱାରା ସୁପ୍ରିମକୋର୍ଟରୁ କେଜ୍ରିୱାଲଙ୍କୁ ବଡ ଝଟକା ଲାଗିଛି । କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ୭ ଦିନ ବୃଦ୍ଧି ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି କୋର୍ଟ । କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ୍ । ଏଥିସହିତ କହିଛନ୍ତି, ମାମଲାର ଶୁଣାଣି ଅନ୍ୟ ଏକ ବେଂଚ ନିକଟରେ ସଂରକ୍ଷିତ ରହିଛି । ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କେଜ୍ରିୱାଲ ଆସନ୍ତା ଜୁନ୍ ୨ରେ ସରେଣ୍ଡର କରିବା ସ୍ପଷ୍ଟ ହୋଇଛି ।

Advertisment