ନିଟ୍ କାଉନସେଲିଂ ବନ୍ଦ ହେବନି, ନିଟ୍ ପରୀକ୍ଷା ରଦ୍ଦ ହେବନି । ଆସିଲା ‘ସୁପ୍ରିମ’ ରାୟ, ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ ।

295

କନକ ବ୍ୟୁରୋ : ନିଟ୍ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଏନଟିଏକୁ ନୋଟିସ ମଧ୍ୟ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏନଟିଏକୁ ନୋଟିସ ଜାରି କରିବା ସହ କହିଛନ୍ତି, ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି ତେଣୁ ଏ ବାବଦରେ ଏନଟିଏ ଜବାବ ଦେବା ଆବଶ୍ୟକ । ଯେଉଁ ପିଆଇଏଲ ଦାଖଲ ହୋଇଥିଲା ସେଥିରେ ନିଟ୍ ପରୀକ୍ଷାକୁ ରଦ୍ଦ କରିବା ସହ ପୁଣିଥରେ ଆୟୋଜିତ କରିବାକୁ ଦାବି ହୋଇଥିଲା ।

ନିଟ୍ ପରୀକ୍ଷାଫଳ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଥିଲେ । ପରୀକ୍ଷାଫଳରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ । ଗ୍ରେସ୍ ନମ୍ବର ଦେବାରେ ମନମାନି ହୋଇଥିବା କହିଥିଲେ ଛାତ୍ରଛାତ୍ରୀ । ଗୋଟିଏ ପରୀକ୍ଷା କେନ୍ଦ୍ରର ୬୭ ଜଣ ଛାତ୍ରଛାତ୍ରୀଙ୍କୁ ପୂରା ୭୨୦ ନମ୍ବର ମିଳିଥିଲା, ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ଆସିଥିଲା । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।