କନକ ବ୍ୟୁରୋ: ବର୍ତମାନ ସମୟର ବଡ ଖବର । ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ସରକାର ଏହି ମାମଲାରେ ପଦକ୍ଷେପ ନେଉଥିବାରୁ ସୁପ୍ରିମକୋର୍ଟ ଏଥିରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏପରିକି ଆପତ୍ତି ଅଭିଯୋଗ ଥିଲେ ସରକାରଙ୍କୁ ଜଣାଇବା ପାଇଁ ଆବେଦନକାରୀଙ୍କୁ କହିଛନ୍ତି ।
ତେବେ ପ୍ରାୟ ୧୪୧ ଜଣ ଆଇନଜୀବୀ ଗଣତନ୍ତ୍ର ଦିବସରେ ହୋଇଥିବା ହିଂସାକାଣ୍ଡ ମାମଲାରେ ହସ୍ତକ୍ଷେପ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ ଏ ବୋବଡେଙ୍କୁ ଚିଠି ଲେଖିଥିଲେ । ଆନ୍ଦୋଳନସ୍ଥଳରେ ଇଂଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିବାରୁ ଏହାକୁ ସ୍ୱଭାବିକ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଦର୍ଶାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/24-2.jpg)