କନକ ବ୍ୟୁରୋ: ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବାକୁ ଆଗତ ଏକ ଆବେଦନକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ସୋମବାର ମନା କରି ଦେଇଛନ୍ତି। ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆଗତ ହୋଇଥିବା ଆବେଦନକୁ  ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କାରିବାକୁ ମନା କରିଦେଇଛନ୍ତି।

Advertisment

ଆଗତ ଆବେଦନର ଶୁଣାଣି କାଳରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏସ କେ କୌଲ ଏବଂ ଜଷ୍ଟିସ୍‌ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଥିଲେ ଯେ ଏହି ଘଟଣାରେ ବ୍ୟକ୍ତିର ମୌଳିକ ଅଧିକାର କ’ଣ ପ୍ରଭାବିତ ହେଉଛି? ଏହା ଅଦାଲତର କାମ କି? ଆପଣ କାହିଁକି ଏପରି ଆବେଦନ ଦାଖଲ କରନ୍ତି ଯେଉଁଠାରେ ଆମେ ଖର୍ଚ୍ଚ ଲାଗୁ କରିବାକୁ ବାଧ୍ୟ ହୋଇଥାଉ? ଏହି ମାମଲାରେ କେଉଁ ମୌଳିକ ଅଧିକାର ଉଲ୍ଲଂଘନ ହୋଇଛି? ତୁମେ କୋର୍ଟକୁ ଆସିବା ହେତୁ ଆମେ ପବନକୁ ଆଇନ ଫିଙ୍ଗିବା ଉଚିତ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନ ପରାମର୍ଶଦାତା ଅଦାଲତରେ ଦାଖଲ କରିଥିଲେ ଯେ ଗୋସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେବେ, ଖଣ୍ଡପୀଠ ଓକିଲଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଏହି ମାମଲାରେ ସେମାନେ ଆବେଦନକାରୀଙ୍କ ଉପରେ ଖର୍ଚ୍ଚ ଲାଗୁ କରିବେ। ଯାହା ପରେ ଆବେଦନକାରୀଙ୍କ ପକ୍ଷରୁ ଆଇନ ପରାମର୍ଶଦାତା ତାଙ୍କର ଆବେଦନ ପ୍ରତ୍ୟାହାର କରିନେଇଥିଲେ ଏବଂ ଏହି ମାମଲା ପ୍ରତ୍ୟାହାର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସଂପ୍ରତି ଗୋଭାନଶ ସେବା ସଦନ ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବା ନେଇ କେନ୍ଦ୍ରକୁ ମତାମତ ମାଗିଛନ୍ତି।