କନକ ବ୍ୟୁରୋ : ଦିଲ୍ଲୀରେ ଅଧିକାରୀଙ୍କ ବଦଳି କରିବାର ଅଧିକାର କାହା ପାଖରେ ରହିବ । କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଏହାକୁ ନେଇ ବିବାଦ ରହିଛି । ସୁପ୍ରିମକୋର୍ଟ ଏବେ ଏହାକୁ ୫ ଜଣିଆ ସାମ୍ବିଧାନିକ ବେଂଚକୁ ପଠାଇ ଦେଇଛନ୍ତି । କେନ୍ଦ୍ର ସରକାର ସୁୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତା ଉପରେ ରୋକ୍ ଲଗାଇବାକୁ ଯେଉଁ ଆବେଦନ ହୋଇଛି ତା ଉପରେ କୌଣସି ରୋକ୍ ଲଗାଇ ନାହାନ୍ତି ସୁପ୍ରିମକୋର୍ଟ । ତେବେ ସାମ୍ବିଧାନିକ ବେଂଚକୁ ନ ପଠାଇବାକୁ ଦିଲ୍ଲୀ ସରକାରଙ୍କ ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଦିଲ୍ଲୀ ସରକାର ପକ୍ଷରୁ ଆଇନଜୀବୀ ଅଭିଷେକ ସିଂହଭୀ କହିଛନ୍ତି ଯେ ଏହି ନିୟମକୁ ସମ୍ବିଧାନ ବେଂଚକୁ ପଠାଇବାର ଆବଶ୍ୟକତା ନାହିଁ । କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଧାରା ୨୩୯ ରେ ପରିବର୍ତନ ଏକ ସୁବିଧାଜନକ ପଦ୍ଧତି ଏବଂ ସଂଶୋଧନ ନୁହେଁ । ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଅଧ୍ୟାଦେଶକୁ ଗୃହରେ ପାରିତ କରି ଆଇନରେ ପରିଣତ କରିବାର ଯୋଜନା ରହିଛି ।

Advertisment