ଏଣିକି ଝିଅମାନେ ଦେଇପାରିବେ ଏନଡ଼ିଏ ପରୀକ୍ଷା : ସେପ୍ଟେମ୍ବର ୫ରେ ହେବ ପରୀକ୍ଷା

198

କନକ ବ୍ୟୁରୋ : ଝିଅମାନଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏରେ ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି । ୫ ସେପ୍ଟେମ୍ବରରେ ଏହି ପରୀକ୍ଷା ହେବ । ସୈନିକ ସ୍କୁଲ ଓ ଜାତୀୟ ମିଲିଟାରୀ କଲେଜରେ ଝିଅଙ୍କ ପ୍ରବେଶ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହା ସହ ଲିଙ୍ଗଗତ ଭେଦଭାବ ନେଇ ସେନାକୁ ବି ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ସୈନିକ ସ୍କୁଲଗୁଡିକରେ ଝିଅଙ୍କ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସ୍ୱାଧୀନତା ଦିବସରେ ଏ ନେଇ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଘୋଷଣା କରିଥିଲେ । ମାତ୍ର ଜାତୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ଏଯାଏଁ ଝିଅଙ୍କୁ ଆଡମିଶନ ଅନୁମତି ମିଳିନାହିଁ । ସେନାର କହିବା କଥା ହେଲା, ପୁଅ ଓ ଝିଅଙ୍କ ପାଇଁ ତାଲିମ ଅଲଗା ଅଲଗା ହୋଇଥାଏ । ଆଜି ସୁପ୍ରିମକୋର୍ଟରେ ଶୁଣାଣିବେଳେ ଜାତୀୟ ଇଣ୍ଡିଆନ ମିଲିଟାରୀ କଲେଜ, ଆରଆଇଏମସିର ବରିଷ୍ଠ ଆଇନଜୀବୀ ପକ୍ଷ ରଖିଥିଲେ ।

ସେ କହିଥିଲେ, ଏହି କଲେଜ ୧୦୦ ବର୍ଷ ତଳର । ଏଭଳି ସ୍ଥିତିରେ ଝିଅମାନଙ୍କୁ ପ୍ରବେଶ କରାଇବା ସମ୍ଭବ ନୁହେଁ । ଏହା ଉପରେ ସୁପ୍ରିମକୋର୍ଟ ବିଚାରପତି କହିଥିଲେ, ଏହାଦ୍ୱାରା ଆପଣ ଲିଙ୍ଗଗତ ଭେଦଭାବ ସୃଷ୍ଟି କରୁଛନ୍ତି । ବର୍ତମାନ ସୁପ୍ରିମକୋର୍ଟ ଝିଅମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି ।