ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତନାଘନା: ପ୍ରବାସୀଙ୍କୁ ମାଗଣା ଖାଇବା, ରହିବା ଓ ଯାତ୍ରା ସୁବିଧା ଯୋଗାଇବାକୁ କହିଲେ ଉଚ୍ଚତମ ନ୍ୟାୟାଳୟ

କେନ୍ଦ୍ର ଓ ରାଜ୍ୟକୁ ମାଗିଲେ ରିପୋର୍ଟ

205

କନକ ବ୍ୟୁରୋ: ଲକଡାଉନରେ ପ୍ରବାସୀଙ୍କ ଶ୍ରମିକଙ୍କ ଅବସ୍ଥା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ପରିସ୍ଥିତିର କେନ୍ଦ୍ର ଓ ରାଜ୍ୟ ସରକାର ଉଚିତ ମୁକାବିଲା କରିନାହାଁନ୍ତି ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ଏହା ମାମଲାରେ ସରକାରମାନଙ୍କ ଠାରୁ ଦୁଇ ଦିନ ଭିତରେ ଜବାବ ମାଗିଛନ୍ତି । ଆସନ୍ତାକାଲି ପରବର୍ତୀ ଶୁଣାଣି ହେବ । ଜଷ୍ଟିସ ଅଶୋକ ଭୂଷଣ, ସଂଜୟ କିଶାନ କୌଲ ଓ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଆଡୁ ମାମଲାର ଶୁଣାଣି କରି କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିଛନ୍ତି , କିନ୍ତୁ ଏହା ଯଥେଷ୍ଟ ନଥିଲା ।

ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଶ୍ରମିକ ମାନଙ୍କ ଏକାଧିକ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ଦୀର୍ଘ ବାଟ ଚାଲି ଚାଲି ଓ ସାଇକେଲରେ ଯାଉଛନ୍ତି ପ୍ରବାସୀ ଶ୍ରମିକ । ଏହା ସେମାନଙ୍କ ଦୁର୍ଦ୍ଦଶାକୁ ଦର୍ଶାଉଛି । ସଙ୍କଟ ବେଳେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ଦେବାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉଚିତ ପଦକ୍ଷେପ ନେଇନାହାଁନ୍ତି । ତୁରନ୍ତ ସେମାନଙ୍କୁ ସରକାର ମାଗଣାରେ ଖାଇବା , ରହିବା ଓ ଯାତ୍ରା ସୁବିଧା ଯୋଗାଇବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।