ଆଜି ସୁପ୍ରିମକୋର୍ଟରୁ ଆସିବ ବଡ ରାୟ । ସୂଚନା ଅଧିକାର ପରିସରରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବ ନା ନାହିଁ : ଏନେଇ ଅପରାହ୍ନ ୨ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଆଜି ସୁପ୍ରିମକୋର୍ଟରୁ ଆସିବ ବଡ ରାୟ । ସୂଚନା ଅଧିକାର ପରିସରରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବ ନା ନାହିଁ : ଏନେଇ ଅପରାହ୍ନ ୨ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଆସନ୍ତା ନଭେମ୍ୱର ୧୭ ତାରିଖରେ ଅବସର ନେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇ । ତା ଆଗରୁ ଅର୍ଥାତ୍ ୧୫ ତାରିଖ ଭିତରେ ଦେଶବାସୀଙ୍କ ପାଇଁ ଆସିବ ୪ଟି ବଡ ରାୟ । ଏହା ମଧ୍ୟରେ ଆଜି ଆସିବ ଏକ ପ୍ରମୁଖ ରାୟ । ସୂଚନା ଅଧିକାର ପରିସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବ କି ନାହିଁ ସେ ନେଇ ଆଜି ଶୁଣାଣି କରିବେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ । ଆଜି ଅପରାହ୍ନ ୨ଟାରେ ଏହି ରାୟ ଆସିବ । ସୂଚନା ଅଧିକାର ପରିସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବା ସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟର ରାୟକୁ ଚ୍ୟାଲେଂଜ କରି ୨୦୧୦ରେ ସୁପ୍ରିମକୋର୍ଟର ମହାସଚିବ ଏବଂ ଏହାର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀଙ୍କ ଦ୍ୱାରା ହୋଇଥିବା ଆବେଦନ ଉପରେ ଶୁଣାଣି କରି ଗତ ଏପ୍ରିଲ ୪ ତାରିଖରେ ଏହାର ରାୟ ସଂରକ୍ଷିତ ରଖିଥିଲେ ।

publive-imageଆଜି ଏହି ମାମଲାର ରାୟ ପ୍ରକାଶ ପାଇବ । ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ଐତିହାସିକ ରାୟ ଦେଇ କହିଥିଲେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପରିସରକୁ ଆସୁଛି । ନ୍ୟାୟପାଳିକାର ସ୍ୱାଧୀନତା କେବଳ ବିଚାରପତିଙ୍କ ଅଧିକାର ମଧ୍ୟରେ ସୀମିତ ନୁହଁ । ଏ ଦିଗରେ ବହୁ ଗୁରୁ ଦାୟିତ୍ୱ ସଂପାଦନ କରିବାକୁ ପଡିବ । ୨୦୧୦ ମସିହାରେ ଏହି ୮୮ ପୃଷ୍ଠାର ରାୟ ଦେଶରେ ନ୍ୟାୟିକ ବ୍ୟବସ୍ଥାରେ ଝଡ ସୃଷ୍ଟି କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe