ବିଲକିସ୍ ବାନୋଙ୍କ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଆଦେଶ

88

କନକ ବ୍ୟୁରୋ : ଗୁଜରାଟର ମୁସଲିମ ମହିଳା ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । କୋର୍ଟଙ୍କ ତରଫରୁ ଦୋଷୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି କଡା ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀମାନେ ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଥିବା ବେଳେ କୋର୍ଟ ସିଧାସଳଖ ସମୟ ଦେବାକୁ ମନା କରିଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି, ସମସ୍ତ ଦୋଷୀମାନଙ୍କୁ ଜାନୁଆରୀ ୨୧ ତାରିଖ ସୁଦ୍ଧା କୋର୍ଟରେ ହଜାର ହେବାକୁ ପଡିବ ।

ସୂଚନା ଥାଉ କି, ବିଲକିସ୍ ବାନୋ ମାମଲାରେ ଦୋଷୀମାନେ କିଛିିଦିନ ତଳେ ସୁପ୍ରିମକୋର୍ଟରେ ଏକ ଆବେଦନ କରି ଆତ୍ମ ସମର୍ପଣ କରିବାର ସମୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ହେଲେ ଏହି ଆବେଦନ ଉପରେ ଶୁଣାଣି କରି ଦୋଷୀମାନଙ୍କୁ ଅଧିକ ସମୟ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।