ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଖାରଜ : ନିର୍ଭୟା ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ୍ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

ପୂର୍ବରୁ ୨ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଛି; ଫେବୃୟାରି ୧ରେ ଦୋଷୀଙ୍କ ଫାଶୀ ପାଇଁ ତାରିଖ ଧାର୍ଯ୍ୟ ହୋଇଛି

602

କନକ ବ୍ୟୁରୋ: ନିର୍ଭୟା ଦୋଷୀ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନ ଖାରଜ । ଜଷ୍ଟିସ ଏନବି ରମଣାଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅକ୍ଷୟ ଆବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଅନ୍ୟ ଦୁଇ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଫାଶୀରୁ ବର୍ତିବା ପାଇଁ ଅକ୍ଷୟ ପାଖରେ ରାଜକ୍ଷମା ଆବେଦନ କରିବା ବିକଳ୍ପ ରହିଛି । ସେହିପରି ଆଉ ୨ ଟି ବିକଳ୍ପ ଜରିଆରେ ଅକ୍ଷୟ ଆବେଦନ କଲେ ଫାଶୀ ଦଣ୍ଡ ବିଳମ୍ବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେପଟେ ଦିଲ୍ଲୀ କୋର୍ଟରେ ତାରିଖ ଘୁଂଚାଇବାକୁ ଦୋଷୀଙ୍କ ଓକିଲ ଆବେଦନ କରିଛନ୍ତି । ରାଜକ୍ଷମା ପାଇଁ ଆବେଦନ କରିଛି ଦୋଷୀ ବିନୟ ଶର୍ମା । ତେଣୁ ଦୋଷୀ ମାନଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଅନେକ ବିକଳ୍ପ ରହିଥିବା ଓକିଲ କହିଛନ୍ତି । ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବା ପରେ ଫାଶୀ ତାରିଖ ଟଳିବା ଆଶଙ୍କା ସୃଷ୍ଟି ହୋଇଛି । ରାଜକ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ଜେଲ ମାନୁଆଲ ଅନୁସାରେ ଦୋଷୀଙ୍କୁ ଫାଶୀ ପୂର୍ବରୁ ୧୪ ଦିନର ମହଲତ ଦିଆଯାଇଥାଏ । ତେଣୁ ଫେବୃୟାରୀ ୧ରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଏଥିରୁ ବର୍ତିବା ପାଇଁ ଦୋଷୀମାନେ ଆଇନଗତ ବିକଳ୍ପ ବ୍ୟବହାର କରୁଛନ୍ତି ।