ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ନେଇ ହୋଇଥିବା ପ୍ରସ୍ତୁତ କରାଯାଇଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିବା ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରିୟଙ୍କା ଶର୍ମା ନାମ୍ନୀ ଏହି ଯୁବତୀଙ୍କୁ ଜାମିନ୍ ମିଳିଯାଇଛି । କେସ୍ ଶୁଣାଣୀ ସମୟରେ ପ୍ରିୟଙ୍କା ଶର୍ମାଙ୍କ ଓକିଲ ଏନକେ କୋଲ ଏହି ମାମଲା ଆଇନ୍ ର ଉଲ୍ଲଘଂନ କରିଥିବା କହିଥିଲେ । ଗୋଟିଏ ମେମ୍ ପାଇଁ ୧୪ ଦିନର ଜେଲଦଣ୍ଡକୁ କେହି ଗ୍ରହଣ କରିପାରୁନଥିଲେ । ଏହି ଘଟଣା ଉପରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ପ୍ରିୟଙ୍କାଙ୍କୁ କ୍ଷମାପ୍ରାର୍ଥନା କରିବା ପାଇଁ କହିଛନ୍ତି । ଯଦି ପ୍ରିୟଙ୍କା ଜଣେ ସାଧାରଣ ନାଗରିକ ହୋଇଥାନ୍ତେ ତେବେ କଥା ଅଲଗା ହୋଇଥାନ୍ତା କିନ୍ତୁ ସେ ବିଜେପିର କାର୍ଯ୍ୟକର୍ତ୍ତା ଅଟନ୍ତି । ତେଣୁ ଏଭଳି କରିବା ଆଦୌ ଶୋଭନୀୟ ନୁହେଁ ।
ତେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଫଟୋକୁ ମମତା ବାନାର୍ଜୀଙ୍କ ରୂପ ଦେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଧାରା ୫୦୦ (ମାନହାନି) ଏବଂ ସୂଚନା ପ୍ରଦ୍ୟୋଗ ଆଇନ୍ ଅନୁସାରେ ମେ ୧୦ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/mamta-banerjee-meme-case-1280x720.jpg)
/kanak/media/post_attachments/wp-content/uploads/2019/05/mamta-banerjee-mem-600x600-300x300.jpg)