କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଆଉ ୪ ଆଡଭୋକେଟଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ଓଡ଼ିଶା ହାଇକୋର୍ଟରେ ନିଯୁୁକ୍ତି ପାଇଁ କଲିଜିୟମ ଆଡଭୋକେଟ ଭି ନରସିଂହ, ସଂଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଏବଂ ଶ୍ରୀରମ୍ ମୁରାହରି ଓରଫ ଏମ୍.ଏସ୍ ରମନଙ୍କ ନାମ ଅନୁମୋଦନ କରିଛନ୍ତି ସୁପ୍ରିମକୋର୍ଟ ।
ଏହି ନିଯୁକ୍ତି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ହାଇକୋର୍ଟର ସମୁଦାୟ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ । ଓଡ଼ିଶା ହାଇକୋର୍ଟର ମଂଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ବର୍ତମାନ ମୁଖ୍ୟବିଚାରପତିଙ୍କୁ ମିଶାଇ ୧୮ ଜଣ ବିଚାରପତି ରହିଛନ୍ତି । ନୂଆ ୪ଜଣ ବିଚାରପତି ଯୋଗଦାନ କରିବା ପରେ ଏହି ସଂଖ୍ୟା ୨୨ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/f465b7dd-9231-4b5c-ae5e-e1771b6943b2-1.jpg)