ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗର ହେବ ତଦନ୍ତ । ଫୁଲ୍ କୋର୍ଟ ବୈଠକରେ ନିଷ୍ପତି, ଆସନ୍ତା ଶୁକ୍ରବାର ପ୍ରଥମ ଶୁଣାଣି

ଜଷ୍ଟିସ୍ ବାବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ପ୍ୟାନେଲ୍ କରିବେ ମାମଲାର ଶୁଣାଣି

168

କନକ ବ୍ୟୁରୋ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଂଜନ ଗୋଗଇଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗର ହେବ ତଦନ୍ତ । ଫୁଲ୍ କୋର୍ଟ ବୈଠକରେ ନିଆଯିବ ନିଷ୍ପତି । ଜଷ୍ଟିସ୍ ବାବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ପ୍ୟାନେଲ୍ ଏହି ମାମଲାର ଶୁଣାଣି କରିବେ । ଆସନ୍ତା ଶୁକ୍ରବାର ପ୍ରଥମ ଶୁଣାଣି ହେବ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ନାଁରେ ଏଭଳି ଏକ ଅଭିଯୋଗ ଆସିଛି ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଂଘାତିକ୍ ଅଭିଯୋଗ ଆସିଥିଲା । ଆଉ ଏହି ଅଭିଯୋଗ ପରେ ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ, ଅରୁଣ ମିଶ୍ର ଓ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଜରୁରି ଶୁଣାଣି କରିଥିଲେ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଗଣମାଧ୍ୟମକୁ ଖବରର ପ୍ରସାରଣର ସତ୍ୟତା ନେଇ ପ୍ରଶ୍ନ କରିଛନ୍ତି ।

 

ସେହିପରି ବିଚାରପତି ଅରୁଣ ମିଶ୍ର ଓ ସଞ୍ଜିବ ଖାନ୍ନା ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି । ଜଣେ ମହିଳା ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ନେଇ କେତେକ ୱେବ୍-ମେଡିଆରେ ଖବର ପ୍ରକାଶ ପାଇଥିଲା । ଏହାକୁ ଅତି ଗୁରୁତର ସହ ନେଇ ଗତକାଲି ଶୁଣାଣି କରିଛନ୍ତି ଖଣ୍ଡପୀଠ । ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଓ ସେ ଜେଲ ଯାଇଛନ୍ତି ବୋଲି କହିଥିଲେ ମୁଖ୍ୟ ବିଚାରପତି ।