କନକ ବ୍ୟୁରୋ: କରୋନା ଭାଇରସ ସଂକ୍ରାନ୍ତରେ ଅନେକ ମିଛ ଖବର ପ୍ରସାରିତ ହେଉଥିବାରୁ ସୁପ୍ରିମକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ମିଛ ଖବର ରୋକିବା ଦିଗରେ କଠୋର ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି । କରୋନା ସଂକ୍ରାନ୍ତରେ ବାସ୍ତବ ସୂଚନା ଲୋକମାନଙ୍କ ନିକଟରେ ପହଂଚିବାପାଇଁ କେନ୍ଦ୍ର ସରକାର ୨୪ ଘଂଟା ମଧ୍ୟରେ ଏକ ପୋର୍ଟାଲ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଭାଇରସ ଅପେକ୍ଷା ଆତଙ୍କ ଅଧିକ ଲୋକଙ୍କ ଜୀବନ ନେଇଯିବ । ତେଣୁ କେନ୍ଦ୍ର ସରକାରଏ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରନ୍ତୁ । ସେହିପରି ପଳାୟନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ଲୋକମାନଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ମେଡିକାଲ ଆବଶ୍ୟକତା ପୂରଣ କରାଯାଉଥିବା ନେଇ କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।