ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ନିର୍ବାଚନ ପୂର୍ବରୁ ରିଲିଜ୍ ହେବ ନା ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଏହି ବାୟୋପିକର ରିଲିଜ୍ ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ଏକ ଯାଚିକାକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତା ୮ ତାରିଖ ସୋମବାର ଦିନ ଏହାର ଶୁଣାଣି କରିବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକର ରିଲିଜ୍ ଉପରେ ରହିତାଦେଶ ଜାରି କରିବା ପାଇଁ କଂଗ୍ରେସ ଦଳ ମୁଖପାତ୍ର ଅମନ ପନଓ୍ଵର ସୁପ୍ରିମ୍ କୋର୍ଟରେ ଏହି ଯାଚିକା ଆଗତ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଦେ ଏହି ମାମଲାର ପ୍ରାଥମିକ ଶୁଣାଣି କରି ଏହାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ଶୁଣାଣି ଆସନ୍ତା ୮ ତାରିଖରେ କରିବେ ବୋଲି କହିଛନ୍ତି।
ମାମଲାର ପ୍ରାଥମିକ ଶୁଣାଣି କାଳରେ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭୀ ଅଦାଲତଙ୍କୁ ସୂଚୀତ କରାଇ କହିଥିଲେ ଯେ ପୂର୍ବରୁ ଏ ସଂପର୍କିତ ମାମଲାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଓ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ତେବେ, ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ଦୃଷ୍ଟିରୁ ଏହି ବାୟୋପିକର ରିଲିଜ୍ ନିର୍ବାଚନକୁ ପ୍ରଭାବିତ କରିବ ଏବଂ ସମ୍ବିଧାନରେ ଉଲ୍ଲେଖିତ ଥିବା ‘ଅବାଧ ଓ ମୁକ୍ତ ନିର୍ବାଚନ’ରେ ପ୍ରତିବନ୍ଧକ ସୃଷ୍ଟି କରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Dzw_yC0WkAALSH6.jpg)
/kanak/media/post_attachments/wp-content/uploads/2019/04/04pm-modi-biopic-300x252.jpg)