ଏସବିଆଇର ବଡ ନିଷ୍ପତ୍ତି । ୩୦ ହଜାର କର୍ମଚାରୀଙ୍କୁ #SBI କରିବ ଛଟେଇ : କିନ୍ତୁ ଏମିତି ନିଷ୍ପତ୍ତି ବ୍ୟାଙ୍କ ନେଲା କାହିଁକି ?

2,658

କନକ ବ୍ୟୁରୋ : ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବଡ ଖବର । ଷ୍ଟେଟ ୍ ବ୍ୟାଙ୍କ ନିଜର କର୍ମଚାରୀ ହ୍ରାସ କରିବାକୁ ଯୋଜନା କରିଛି । ଏକା ସାଙ୍ଗରେ ପାଖାପାଖି ୩୦ ହଜାର କର୍ମଚାରୀଙ୍କୁ ବାହାର କରିବାକୁ ଯୋଜନା ହେଉଛି । ତେବେ ଏଥିପାଇଁ ବ୍ୟାଙ୍କ ଭିଆରଏସ ଟଙ୍କ ଯୋଗାଡ କରୁଥିବା ନେଇ ମଧ୍ୟ ସୂଚନା ମିଳିଛି ।

ଧ୍ୟାନ ଦିଅନ୍ତୁ ଏସବିଆଇ କର୍ମଚାରୀ
ଆପଣଙ୍କର ବି ଯାଇପାରେ ଚାକିରୀ !

୩୦ ହଜାର କର୍ମଚାରୀଙ୍କ ଯିବ ଚାକିରୀ

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କରୁ ପାଖାପାଖି ୩୦୧୯୦ କର୍ମଚାରୀଙ୍କ ଚାକିରୀ ଯାଇପାରେ । କେବଳ ଏତିକି ନୁହେଁ ବରଂ ବ୍ୟାଙ୍କ ପକ୍ଷରୁ କର୍ମଚାରୀଙ୍କ ଭିଆରଏସ ଦିଆଯାଉଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ଯାହାକି ରିଜର୍ଭ ବ୍ୟାଙ୍କର ଅନୁମୋଦନକୁ ଅପେକ୍ଷା ରହିଛି । ତେବେ ଏକା ସାଙ୍ଗରେ ଏତେ ସଂଖ୍ୟାରେ ଭିଆରଏସ କାହିଁକି ଦିଆଯାଉଛି ତାହାକୁ ନେଇ ଜୋରସୋରରେ ଚାଲଛି ଚର୍ଚ୍ଚା । ୨୦୨୦ ରେ ଏହା ସବୁଠାରୁ ବଡ ଭିଆରଏସ ବୋଲି କୁହାଯାଉଛି । ଏହା ପୂର୍ବରୁ ୨୦୦୧ରେ ଏପରି ଏକାସାଙ୍ଗରେ ଭିଆରଏସ ଦିଆଯାଇଥିଲା । କିନ୍ତୁ କାହିଁକି ଏତେ ମାତ୍ରାରେ ଛଟେଇ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି ସେନେଇ ବ୍ୟାଙ୍କ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ ।

ବ୍ୟାଙ୍କରେ ଅଛନ୍ତି କେତେ କର୍ମଚାରୀ ?

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୨୦୧୯ ମାର୍ଚ୍ଚ ସୁଦ୍ଧା ମୋଟ୍ କର୍ମଚାରୀଙ୍କ ସଂଖ୍ୟା ୨.୫୭ ଲକ୍ଷ ହୋଇଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କରେ ୨.୪୯ ଲକ୍ଷ ରହିଥିବା ନେଇ ସୂଚନା ମିଳିଛି । ଆରବିଆଇକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ମୋଟ୍ ୧୧୫୬୫ ଅଧିକାରୀ ଏବଂ ୧୮୬୨୫ କର୍ମଚାରୀ ଭିଆରଏସ ଯୋଜନା ପାଇଁ ଯୋଗ୍ୟ ହେବେ ।

ବ୍ୟାଙ୍କ ସଞ୍ଚୟ କରିବ କେତେ ?

କରୋନା ସମୟରେ ବିଭିନ୍ନ ସ୍ଥାନରେ ଖର୍ଚ୍ଚକାଟ କରିବାକୁ ପଦକ୍ଷେପ ନିଆଯାଉଛି । ତେଣୁ ବ୍ୟାଙ୍କ ମଧ୍ୟ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କ କହିଛି ଯେ, ଏପରି ପଦକ୍ଷେପ ନିଆଯିବା ଦ୍ୱାରା ବ୍ୟାଙ୍କର ଖର୍ଚ୍ଚ ହ୍ରାସ ନିଶ୍ଚୟ ହେବ । ପାଖାପାଖି ୨ହଜାର କୋଟି ଟଙ୍କା ବ୍ୟାଙ୍କ ସଂଚୟ କରିପାରିବ ବୋଲି ସୂଚନା ରହିଛି । ଏହାସହ ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ, ଅବସର ସମୟ ହୋଇଯାଇଥିବା ୩୦ ପ୍ରତିଶତ କର୍ମଚାରୀ ଭିଆରଏସ ନେବାକୁ ଇଚ୍ଛା କରନ୍ତି । ତେବେ ଜୁଲାଇ ୨୦୨୦ ଆଧାରରେ ଏସବିଆଇ ପ୍ରାୟ ୧, ୬୬୨, ୮୬ କୋଟି ଟଙ୍କା ସଂଚୟ କରି ପାରିବ ବ୍ୟାଙ୍କ ।

ଯୋଜନା କରିବେ କେଉଁ କର୍ମଚାରୀ ?

ବ୍ୟାଙ୍କରେ କାର୍ଯ୍ୟରତ ସମସ୍ତ ଅଫିସର ଓ କର୍ମଚାରୀମାନେ ଚାହିଁଲେ ଭିଆରଏସ ନେଇ ପାରିବେ । ଯେଉଁ କର୍ମଚାରୀମାନେ ବ୍ୟାଙ୍କକୁ ୨୫ ବର୍ଷ ସେବା ଯୋଗାଇ ଦେଇଛନ୍ତି ଓ ସେମାନଙ୍କ ବୟସ ୫୫ ବର୍ଷରୁ ଅଧିକ ହୋଇଥିବା ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ତେବେ ବ୍ୟାଙ୍କର ଏହି ଯୋଜନା ଚଳିତବର୍ଷ ୧ ଡିସେମ୍ବରରୁ ଆରମ୍ଭ ହୋଇ ୨୦୨୧ ପର୍ଯ୍ୟନ୍ତ ଖୋଲା ରହିବ । ଯଦି ଆପଣାମାନେ ଭିଆରଏସ ନେବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଆପଣ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବା ସହ ନିଜର ଭିଆରଏସର ଆବେଦନ ବି କରିପାରିବେ ।

କି ଲାଭ ପାଇବେ କର୍ମଚାରୀ ?

ଯେଉଁ କର୍ମଚାରୀଙ୍କ ଭିଆରଏସର ଆବେଦନ ଗ୍ରହଣ କରାଯିବ ସେମାନେ ନିଜର ପ୍ରକୃତ ଅବସର ତରିଖ ପର୍ଯ୍ୟନ୍ତ ଅବଶିଷ୍ଟ ସେବା ଅବଧି ପାଇଁ ୫୦ ପ୍ରତିଶତ ବେତନ ପାଇବେ । କେବଳ ଏତିକି ନୁହେଁ ବରଂ ଗ୍ରାଚ୍ୟୁଇଟି, ପେନସନ, ପ୍ରୋଭିଡେଂଟ୍ ପାଣ୍ଠି ଏବଂ ଚିକିତ୍ସା ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।