ଏସବିଆଇ ୟୋନୋର ସପିଂ ଫେଷ୍ଟିଭାଲ । ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର, ବଜାର ଦର ଠାରୁ କମ ଦାମରେ ମିଳୁଛି ସାମଗ୍ରୀ । କ୍ୟାସବ୍ୟାକ୍ ସହ ୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମିଳୁଛି ରିହାତି ।

568

ଅନଲାଇନ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ଏସବିଆଇ ଆଣିଛି ବଡ ଅଫର । ଡିସେମ୍ବର ୧୦ ଅଥାର୍ତ ଆଜି ଠାରୁ ଏହି ଅଫରର ସୁବିଧା ପାଇପାରିବେ ଗ୍ରାହକ । ଅନଲାଇନ ସପିଂରେ ରୁଚି ରଖୁଥିବା ଗ୍ରାହକଙ୍କ ପାଇଁ ଏସବିଆଇ ନିଜ ଡିଜିଟାଲ ଆପ ୟୋନୋରେ ସପିଂ ଫେଷ୍ଟିଭାଲ ଆରମ୍ଭ କରିଛି । ଯେଉଁଥିରେ ବଜାର ଦର ତୁଳନାରେ କମ ଦାମରେ ସପିଂ କରିପାରିବେ ଗ୍ରାହକ ।

୧୦ ଡିସେମ୍ବରରୁ ଅଥାର୍ତ ଆଜିଠୁ ଆରମ୍ଭ ହେଉଥିବା ହେଉଥିବା ଏହି ସପିଂ ଫେଷ୍ଟିଭାଲ ୧୪ ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ ।  ୫ ଦିନ ଚାଲିବାକୁ ଥିବା ଏହି ଅନଲାଇନ ସେଲରେ ବିଭିନ୍ନ ସାମଗ୍ରୀ ଉପରେ ଗ୍ରାହକଙ୍କୁ ଜବରଦସ୍ତ ଡିସକାଉଣ୍ଟ ମିଳିବ । ଏହି ସପିଂ ଫେଷ୍ଟିଭାଲରେ ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ । ସେହିଭଳି ଯଦି କାହା ପାଖରେ ଏସବିଆଇର ଡେବିଟ କିମ୍ବା କ୍ରେଡିଟ କାର୍ଡ ଥାଏ ତେବେ ଅତିରିକ୍ତ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ ।

ତେବେ କ୍ୟାସବ୍ୟାକ ପାଇବାକୁ ହେଲେ ଗ୍ରାହକଙ୍କୁ ଅତିକମରେ ୧୦୦୦ ଟଙ୍କାର ସପିଂ କରିବାକୁ ପଡିବ । ନଚେତ ଏହି କ୍ୟାସବ୍ୟାକର ଲାଭ ଗ୍ରାହକଙ୍କୁ ମିଳିବ ନାହିଁ ।  ଏହି ଅନଲାଇନ ସପିଂରେ ଗ୍ରାହକ ମାନେ ସର୍ବାଧିକ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ୟୋନୋର ଏହି ଅନଲାଇନ୍ ସପିଂ ଫେଷ୍ଟିଭାଲରେ ଗ୍ରାହକ ମାନେ ଇଲୋକଟ୍ରନିକ୍ସ ସାମଗ୍ରୀ ଠାରୁ ଆରମ୍ଭ କରି ହୋଟେଲ ବୁକ ଉପରେ ୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହା ଏସିବିଆଇ ୟୋନୋ ଅନଲାଇନ୍ ସପିଂ ଫେଷ୍ଟିଭାଲର ଦ୍ୱିତୀୟ ସଂସ୍କରଣ । ତେଣୁ ଗ୍ରାହକ ମାନେ ୧୪ ତାରିଖ ପର୍ଯ୍ୟନ୍ତ ଏହାର ଫାଇଦା ଉଠାଇପାରିବେ ।