କନକ ବ୍ୟୁରୋ: ଏବେ ସାଇବର ଠକଙ୍କ ଟାର୍ଗେଟରେ ଏସବିଆଇ ଗ୍ରାହକ ।କାରଣ ଏମାନଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେବାକୁ ଠକ ଆରମ୍ଭ କରିଛନ୍ତି ଏକ ନୂଆ ଉପାୟ । ଯଦି ଆପଣଙ୍କୁ ଏସବିଆଇ ନାଁରେ ଆକାଉଣ୍ଟ ବନ୍ଦ କରିବାକୁ କିମ୍ବା ପ୍ୟାନ୍ ଅପଡେଟ ସମ୍ପର୍କୀତ କିଛି ମେସେଜ୍ ଆସୁଛି ତେବେ ଭୁଲରେ ତା’ ଉପରେ କ୍ଲିକ୍ କରନ୍ତୁ ନାହିଁ । ଜାଣି ନିଅନ୍ତୁ ଏନେଇ କିଛି ବିଶେଷ ସୂଚନା ।
ଆଜିକା ଦିନରେ ଇଣ୍ଟରନେଟ ଉପରେ ଆମେ ନିର୍ଭରଶୀଳ ହୋଇପଡିଥିବାବେଳେ ଏହି ଇଣ୍ଟରନେଟକୁ ଢାଲ କରି କିଛି ଠକ ଆମକୁ ଲୁଟି ନେବାକୁ ପଛାଉନାହାଁନ୍ତି । ଏଥିପାଇଁ ସେମାନେ ଇଣ୍ଟରନେଟ୍ ଓ ମୋବାଇଲକୁ ବ୍ୟବହାର କରୁଛନ୍ତି । ଏବେ ସାଇବର ଠକ ଏସିବିଆଇ ଗ୍ରାହକଙ୍କୁ ଏକ ମେସେଜ ପଠାଉଛନ୍ତି । ଏହି ମେସେଜରେ ଲେଖା ହେଉଛି, ‘ପ୍ରିୟ ଗ୍ରାହକ, ଆପଣଙ୍କ ଏସବିଆଇ ୟୋନୋ ଆକାଉଣ୍ଟ ବନ୍ଦ ହୋଇଯାଇଛି, ତୁରନ୍ତ ସମ୍ପର୍କ କରନ୍ତୁ ଓ ନିଜର ପ୍ୟାନ ନମ୍ବର ଅପଡେଟ୍ କରନ୍ତୁ’ । ଏପରି ମେସେଜ ପାଇବା ପରେ ବ୍ୟସ୍ତ ହୋଇ ଏହା ଉପରେ କ୍ଲିକ କରିଦେଲେ ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ କରିନେଉଛନ୍ତି ସାଇବର ଠକ । ତେଣୁ PBI ଏହାର ସ୍କ୍ରିନ୍ ସଟ୍ ସେୟାର କରି ଏସବିଆଇ ଗ୍ରାହକଙ୍କୁ ସତର୍କ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/11/10.png)