କାମ କରୁନି ଏସବିଆଇ ୟୁପିଆଇ ସେବା, ଟଙ୍କା ନେଣଦେଣ କରିପାରୁନାହାନ୍ତି ଗ୍ରାହକ । ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଅପଗ୍ରେଡ ଚାଲିଛି, ଖୁବଶୀଘ୍ର ହେବ ସମାଧାନ ।

କାମ କରୁନି ଏସବିଆଇ ୟୁପିଆଇ ସେବା, ଟଙ୍କା ନେଣଦେଣ କରିପାରୁନାହାନ୍ତି ଗ୍ରାହକ । ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଅପଗ୍ରେଡ ଚାଲିଛି, ଖୁବଶୀଘ୍ର ହେବ ସମାଧାନ ।

କନକ ବ୍ୟୁରୋ : କାମ କରୁନି ଏସବିଆଇ ୟୁପିଆଇ ସେବା । ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୟୁପିଆଇ ସେବା ପ୍ରଭାବିତ ହୋଇଛି । ୩ ଦିନ ହେଲା ଏସବିଆଇର ଅନଲାଇନ ନେଣଦେଣରେ ସମସ୍ୟା ଦେଖାଦେଇଛି । ଫଳରେ କୋଟି କୋଟି ଗ୍ରାହକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଟଙ୍କା ନେଣଦେଣ କରିପାରୁନାହାନ୍ତି ଗ୍ରାହକ ।

ଟଙ୍କା ନେଣଦେଣରେ ସମସ୍ୟା ଦେଖାଦେବା କାରଣରୁ ସୋସିଆଲ ମିଡିଆରେ ଚରମ ଅସନ୍ତୋଷ ଦେଖିବାକୁ ମିଳିଛି । ପାର୍ବଣ ବେଳେ କିଣାକିଣିରେ ବି ସମସ୍ୟା ଦେଖାଦେଇଛି । ସେପଟେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଏସବିଆଇ । ସେବା ଅପଗ୍ରେଡ କରାଯାଉଛି ଏବଂ ଏଥିପାଇଁ ଗ୍ରାହକଙ୍କୁ ସମସ୍ୟା ହୋଇପାରେ ବୋଲି ଏସବିଆଇ ସୂଚନା ଦେଇଛି । ତେବେ ଖୁବ୍ ଖୁବଶୀଘ୍ର ସମାଧାନ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe