ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରେ ଆକାଉଣ୍ଟ ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ହିଁ ରହିଛି । ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇରେ ଟଙ୍କା ଜମା କରିବା ଏବଂ ଉଠାଇବାର ନିୟମ ବଦଳି ସାରିଛି । ନୂଆ ନିୟମ ଜାଣିବା ଆପଣଙ୍କ ପାଇଁ ନିତାନ୍ତ ଜରୁରୀ ଯାହାଦ୍ୱାରା ଆପଣ ଲାଭରେ ମଧ୍ୟ ରହିବେ । ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ।
ଗୋଟିଏ ଦିନରେ ଏଟିଏମ୍ ରୁ ଟଙ୍କା ବାହାର କରିବା ନିୟମ ବଦଳିଲା । ଏସବିଆଇ ତରଫରୁ ପ୍ରତିଦିନ ଏଟିଏମ୍ ରୁ ଟଙ୍କା ବାହାର କରିବା ସୀମାକୁ ୪୦,୦୦୦ ରୁ ୨୦,୦୦୦ ଟଙ୍କା କରାଗଲା । ଏଟିଏମ୍ ରୁ ଟଙ୍କା ଉଠାଇବାର ନୂତନ ସୀମା ୩୧ ଅକ୍ଟୋବରରୁ ହିଁ ଲାଗୁ ହୋଇଯାଇଥିଲା । ଡିଜିଟାଲ୍ ଟ୍ରାଞ୍ଜାକସନ୍ କୁ ବଢାଇବା ପାଇଁ ଏବଂ ଏଟିଏମ୍ ଫ୍ରଡ୍ ଭଳି ମାମଲାକୁ ରୋକିବା ପାଇଁ ଏଭଳି ଉପାୟ ଆପଣା ଯାଇଛି । ବ୍ୟାଙ୍କର ୱେବସାଇଟ୍ ରେ ଦିଆଯାଇଥିବା ବିବରଣୀ ଅନୁସାରେ ପ୍ଲାଟିନମ୍ କାର୍ଡଧାରୀ ଗ୍ରାହକ ଗୋଟିଏ ଦିନରେ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ।
ଟଙ୍କା ଜମା କରିବା ନିୟମରେ ଆସିଲା ପରିବର୍ତ୍ତନ : ଏସବିଆଇ ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଫଇସଲା ନେଇଛି । ବିମୁଦ୍ରୀକରଣ ସମୟରେ ବଡ ପରିମାଣରେ ଜାଲଜାତିର ଖବର ସାମ୍ନାକୁ ଆସିଥିଲା । ଯାହାକୁ ଦେଖି ଏସବିଆଇ ନିଷ୍ପତି ନେଇଛି ଯେ କାହା ଖାତାରେ ଅନ୍ୟ କେଉଁ ବ୍ୟକ୍ତି ଟଙ୍କା ଜମା କରିପାରିବେ ନାହିଁ । ଅର୍ଥାତ୍ “ଅ” ର ଖାତା ଯଦି ଏସବିଆଇରେ ଥାଏ ତେବେ କେବଳ ଉକ୍ତ ବ୍ୟକ୍ତି ହିଁ କାଉଣ୍ଟର ଯାଇ ଟଙ୍କା ଜମା କରିପାରିବେ । ଏହାର ଅର୍ଥ ବାପା ମଧ୍ୟ ପୁଅର ଟଙ୍କା ଏସବିଆଇରେ ଜମା କରିପାରିବ ନାହିଁ ।
ଏସବିଆଇର ଯେକୌଣସି ବ୍ୟାଙ୍କରେ ଜମା କରିପାରିବେ ଟଙ୍କା : ଏସବିଆଇ ନିଜ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇଦେବା ପାଇଁ ଆଉ ଏକ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏହି ନିୟମ ଅନୁସାରେ ଏସବିଆଇ ଗ୍ରାହକ ଦେଶର ଯେକୌଣସି ବ୍ୟାଙ୍କରେ ଯାଇ ନିଜ ସେଭିଙ୍ଗ୍ ଆକାଉଣ୍ଟ୍ ଯେତେ ଇଚ୍ଛା ଟଙ୍କା ଜମା କରିପାରିବେ ।
ଏଭଳି କରିପାରିବେ ଅନଲିମିଟେଡ୍ ଫ୍ରି ଟ୍ରାଞ୍ଜାକସନ୍ : ଏସବିଆଇ ଖାତାରେ ଏକ ନ୍ୟୁନତମ ବାଲାନ୍ସ ପ୍ରତିମାସରେ ରଖି ଆପଣ ଏଟିଏମ୍ ରୁ ଫ୍ରି ଟ୍ରାଞ୍ଜାକସନ୍ କରିପାରିବେ । ଆରବିଆଇ ତରଫରୁ ସବୁ ବ୍ୟାଙ୍କକୁ ନିର୍ଦ୍ଧେଶ ଦିଆଯାଇଛି କି ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିଶ୍ଚିତ ସଂଖ୍ୟାରେ ଫ୍ରି ଏଟିଏମ୍ ଟ୍ରାଞ୍ଜାକସନ୍ ର ସୁବିଧା ଉପଲବ୍ଧ କରାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/SBI-2.jpg)
/kanak/media/post_attachments/wp-content/uploads/2018/12/12_08_2018-sbi1_18308185_10411701-300x249.jpg)
/kanak/media/post_attachments/wp-content/uploads/2018/12/28525-bank-deposit-reuters-300x169.jpg)