ଲକ୍ଷ ଲକ୍ଷ କିମ୍ବା କୋଟି କୋଟି ଟଙ୍କା ପାଇଁ ବ୍ୟାଙ୍କରୁ ନୋଟିସ ଆସିବା ସ୍ୱାଭାବିକ । କିନ୍ତୁ ମାତ୍ର ୫୦ ପଇସାର ବାକି ଥିବା ନେଇ ନୋଟିସ ନିଶ୍ଚିତ ଭାବେ ଆଶ୍ଚଯ୍ୟର ବିଷୟ । ଶୁଣିବାକୁ ବିଚିତ୍ର ଲାଗୁଥିଲେ ବି ଏଭଳି ଏକ ଘଟଣା ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ଘଟିଛି । ବ୍ୟାଙ୍କ ଜଣେ ବ୍ୟକ୍ତିଙ୍କୁ ନୋଟିସ ପଠେଇଛି କାରଣ ତାଙ୍କ ଉପରେ ବ୍ୟାଙ୍କର ମାତ୍ର ୫୦ ପଇସା ବାକି ରହିଯାଇଛି ।
Rajasthan: Bank issues notice for 50 paise, refuses to deposit it
Read @ANI story | https://t.co/QA3X1jLbjRpic.twitter.com/eeFSqVJZdK
— ANI Digital (@ani_digital) December 15, 2019
ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର ସିଂହ । ଜିତେନ୍ଦ୍ର ଏବେ ଅସୁସ୍ଥ ଅଛନ୍ତି । ତେଣୁ ସେ ନିଜେ ଲୋକ ଅଦାଲତ ଯାଇ ଏହି ବାକି ପଇସାକୁ ଶୁଝିବା ପାଇଁ ଅସମର୍ଥ । ତେଣୁ ତାଙ୍କ ବାପା ବିନୋଦ ସିଂହ ବ୍ୟାଙ୍କ ଅଧିକାରୀମାନଙ୍କୁ ଭେଟି ବାକି ପଇସା ଦେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବ୍ୟାଙ୍କ ଅଧିକାରୀମାନେ ତାଙ୍କ ଠାରୁ ପଇସା ନେବାକୁ ମନା କରିଦେଇଥିଲେ । ଏବେ ଜିତେନ୍ଦ୍ର ମଧ୍ୟ ବ୍ୟାଙ୍କ ବିରୋଧରେ ନୋଟିସ ପଠାଇବାକୁ ଚିନ୍ତା କରୁଛନ୍ତି । ବ୍ୟାଙ୍କର ଏଭଳି ମନଇଚ୍ଛା ନୀତି ବିରୋଦ୍ଧରେ କୋର୍ଟକୁ ଯିବେ ବୋଲି କହିଛନ୍ତି ଜିତେନ୍ଦ୍ରଙ୍କ ଓକିଲ ବିକ୍ରମ ସିଂହ । ଜିତେନ୍ଦ୍ର କହିଛନ୍ତି , ରାତିରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଘର ବାହାରେ ଏକ ପୋଷ୍ଟର ଲଗାଯାଇଥିଲା । ୫୦ ପଇସା ପରିଶୋଧ ନ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ଧମକ ଦିଆଯାଇଛି । ଅସୁସ୍ଥ ଥିବାରୁ ସେ ନିଜ ବାପାଙ୍କୁ ବାକି ପଇସା ଜମା କରିବାକୁ ବ୍ୟାଙ୍କ ପଠାଇଥିଲେ । କିନ୍ତୁ ବ୍ୟାଙ୍କ ଅଧିକାରୀମାନେ ଏହାକୁ ଗ୍ରହଣ କରିନଥିଲେ । ଯାହା ଫଳରେ ତାଙ୍କ ବାପା ବ୍ୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/xzxzxxxxxxxxx.png)