କରୋନାର ଦ୍ୱିତୀୟ ଲହର ନେଇ ଏସବିଆଇର ରିପୋର୍ଟ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଁଚିବ ସଂକ୍ରମଣ । ୧୦୦ ଦିନ ପର୍ଯ୍ୟନ୍ତ ରହିବ ପ୍ରଭାବ ।

Advertisment
କରୋନାର ଦ୍ୱିତୀୟ ଲହର ନେଇ ଏସବିଆଇର ରିପୋର୍ଟ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଁଚିବ ସଂକ୍ରମଣ । ୧୦୦ ଦିନ ପର୍ଯ୍ୟନ୍ତ ରହିବ ପ୍ରଭାବ ।

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କରୋନା ସମ୍ପର୍କିତ ରିପୋର୍ଟ କିଛି ଏଭଳି ତଥ୍ୟ ଆଗକୁ ଆଣିଛି । ଯେଉଁଥିରେ କୁହାଯାଇଛି, ଦେଶରେ କରୋନାର ଦ୍ୱିତୀୟ ଲହର ଫେବ୍ରୁଆରୀ ୧୫ ପରେ ଆସିବାର ସଂକେତ ମିଳିଛି । ଏହି ରିପୋର୍ଟ କହିଛି, ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ଦେଖାଦେଇଥିବା ଟ୍ରେଣ୍ଡ ଅନୁସାରେ ଦ୍ୱିତୀୟ ଲହର ଦ୍ୱାରା ଭାରତରେ ୨୫ଲକ୍ଷ ଲୋକ ଆକ୍ରାନ୍ତ ହେବେ । ୨୮ ପୃଷ୍ଠାର ଏହି ରିପୋର୍ଟ କହିଛି, ସ୍ଥାନୀୟ ଲକଡାଉନ କିମ୍ବା ଅନ୍ୟ କଟକଣା ଦ୍ୱାରା ବିଶେଷ କିଛି ଲାଭ ମିଳିବ ନାହିଁ । କେବଳ ତ୍ୱରାନ୍ୱିତ ଟିକାକରଣ ଦ୍ୱାରା ହିଁ ପରିସ୍ଥିତିରେ ସୁଧାର ଆସିପାରିବ ।

ଫେବ୍ରୁଆରୀ ୧୫ ପରେ ଆରମ୍ଭ ହୋଇଛି ଦ୍ୱିତୀୟ ଲହର
୧୦୦ ଦିନ ରହିପାରେ କରୋନାର ଦ୍ୱିତୀୟ ଲହର
ଏପ୍ରିଲ ଦ୍ୱିତୀୟ ଭାଗରେ ଆସିବ ‘ପିକ୍’
ସ୍ଥାନୀୟ ଲକଡାଉନ କିମ୍ବା କଟକଣା କାମ କରିବ ନାହିଁ
କେବଳ ତ୍ୱରାନ୍ୱିତ ଟିକାକରଣ ସବୁଠୁ ବଡ ଆଶା

ଏହି ରିପୋର୍ଟରେ ଉଲ୍ଲେଖ ରହିଛି, ଯେ ଏପ୍ରିଲ ମାସ ଦ୍ୱିତୀୟ ଭାଗରେ ଦ୍ୱିତୀୟ ଲହରର ପିକ୍ ଆସିବ ଅର୍ଥାତ ଦ୍ୱିତୀୟ ଲହରର କରୋନା ଶୀର୍ଷରେ ପହଂଚିବ । ତେଣୁ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ଦେଶରେ ୫୩ ହଜାର ୪୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତ ୫ ମାସରେ ଏହି ସଂଖ୍ୟା ସବୁଠାରୁ ବଡ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଏକ ନୂଆ ଡବଲ ମ୍ୟୁଟାଟଂ’ ଭେରିଆଂଟ ଚିହ୍ନଟ ହୋଇଛି । ଏହା ୧୮ଟି ରାଜ୍ୟରେ ରହିଛି ।

ବର୍ତମାନ ଦିନକୁ ୩୪ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଏହାକୁ ୪୦ରୁ ୪୫ଲକ୍ଷକୁ ବଢାଇଲେ, ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଆହୁରି ୪ମାସ ସମୟ ଲାଗିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe