ଦ୍ୱିତୀୟ ଲହର ସଂଖ୍ୟା କମୁନଥିବା ବେଳେ ତୃତୀୟ ଲହର ନେଇ ଏସବିଆଇ କଲା ପୂର୍ବାନୁମାନ । ଅଗଷ୍ଟରେ ବଢିବ ସଂଖ୍ୟା, ସେପ୍ଟେମ୍ବରରେ ପିକରେ ପହଁଚିବ ସଂକ୍ରମଣ 

317

କନକ ବ୍ୟୁରୋ: କେବେ ଆସିବ କରୋନାର ତୃତୀୟ ଲହର । ଏହାକୁ ନେଇ ସମସ୍ତେ ଆଶଙ୍କା ଭିତରେ ରହିଛନ୍ତି । ଏଭଳି ସମୟରେ କରୋନାର ତୃତୀୟ ଲହରକୁ ନେଇ ଆକଳନ କରିଛି ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ । ଏସବିଆଇ ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ ତୃତୀୟ ଲହର ଆସିବ ଏବଂ ସେପ୍ଟେମ୍ବରରେ ଏହା ଶୀର୍ଷରେ ପହଁଚିବ ।

ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏସବିଆଇ ଦ୍ୱାରା ଗଠିତ୍ ବିଶେଷଜ୍ଞ ଟିମ୍ । ଏସବିଆଇ ଗବେଷକ କହିଛନ୍ତି, ଜୁଲାଇ ଦ୍ୱିତୀୟ ସପ୍ତାହରେ ଭାରତରେ ଦୈନିକ ସଂକ୍ରମଣ ୧୦ ହଜାର ପାଖାପାଖି ହେବ । ତେବେ ଅଗଷ୍ଟ ୧୫ ତାରିଖ ପରେ ପୁଣି ଧୀରେ ଧୀରେ ସଂକ୍ରମଣ ବଢ଼ିବ । ସେପ୍ଟେମ୍ବରରେ ପିକ୍ରେ ପହଁଚିବ । ଏହି ରିପୋର୍ଟରେ କୁହାଯାଇଛି, ବିଶ୍ୱର ଅନ୍ୟ ଦେଶର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି, ତୃତୀୟ ଲହର ଦ୍ୱିତୀୟ ଲହର ଠାରୁ ଦେଢ଼ ଗୁଣରୁ ଦୁଇ ଗୁଣ ଅଧିକ ହୋଇପାରେ ।