ଅଗଷ୍ଟ ୧ ତାରିଖରୁ ମାଗଣା ହୋଇଯିବ ଏସବିଆଇର ଏହି ସେବା ! ଜାଣିରଖନ୍ତୁ କେତେ ଲାଭରେ ରହିବେ ଗ୍ରାହକ ।

1,045

ଦେଶର ସବୁଠାରୁ ବଡ ତଥା ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଟଙ୍କା ନେଣ-ଦେଣ ସହ ଜଡିତ ଥିବା ଆଇଏମପିଏସ୍ ସେବାକୁ ଅଗଷ୍ଟ ୧ ତାରିଖଠାରୁ ମାଗଣା ଉପଲବ୍ଧ କରିବାକୁ ଯାଉଛି । ସୂତ୍ରନୁସାର , ଏସବିଆଇ ଏହାପରେ ଏନଇଏଫଟି ଏବଂ ଆରଟିଜିଏସ୍ ର ଚାର୍ଜକୁ ବି ମାଗଣା କରିବାକୁ ଯାଉଛି ।

କ’ଣ ଏହି ଆଇଏମପିଏସ୍ ?

ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ (ଆଇଏମପିଏସ୍) ମୋବାଇଲ୍ ଜରିଆରେ ଟଙ୍କା ଟ୍ରାନ୍ସଫର୍ କରିବାର ଏକ ମାଧ୍ୟମ । ଏନପିସିଆଇ ତରଫରୁ ଏହି ସୁବିଧା ଗ୍ରାହକଙ୍କୁ ଦିଆଯାଇଛି । ଏହି ଆପ୍ ଜରିଆରେ ୨୪ ଘଣ୍ଟିଆ ଟଙ୍କା ଟ୍ରାନ୍ସଫର କରିହେବ । ଏହି ସେବାକୁ ଛୁଟି ଦିନମାନଙ୍କରେ ମଧ୍ୟ ବ୍ୟବହାର କରାଯାଇପାରିବ । ଅନ୍ୟପକ୍ଷରେ ଏନଇଏଫଟି ଏବଂ ଆରଟିଜିଏସ୍ ସେବାର ଏକ ନିର୍ଦ୍ଧାରିତ ସମୟ ଥାଏ ଯାହା କେବଳ ୱାର୍କିଙ୍ଗ୍ ଡେରେ ହିଁ କାମ କରିଥାଏ ।