ଏସବିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ ଖବର ! ନୂଆ ବର୍ଷ ପୂର୍ବରୁ ତୁରନ୍ତ କରନ୍ତୁ ଏହି କାମ, ନଚେତ ପ୍ରଭାବିତ ହୋଇପାରେ ଆର୍ଥିକ କାରବାର ।

ଏସବିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ ଖବର ।

1,021

ଏସବିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ ଖବର । ଡିସେମ୍ବର ୩୧ ତାରିଖ ସୁଦ୍ଧା ନିଜର ପୁରୁଣା କ୍ରେଡିଟ ଏବଂ ଡେବିଟ କାର୍ଡକୁ ବନ୍ଦ କରି ନୂଆ ଚିପ୍ ଯୁକ୍ତ ଇଭିଏମ କାର୍ଡ ବ୍ୟାଙ୍କରେ ଆବେଦନ କରିବାର ଏସବିଆଇ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୩୧ ଧାର୍ଯ୍ୟ କରାଯାଇଛି । ତେବେ ଏସବିଆଇର ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଡ ଆବେଦନ କରିବା ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ ଏବଂ ଜାନୁଆରି ୧ତାରିଖ ଠାରୁ ଦେଶରେ ନୂଆ କ୍ରେଡିଟ ଓ ଡେବିଟ କାର୍ଡ ଲାଗୁ କରାଯିବ ।

ମିଳିଥିବା ବ୍ୟାଙ୍କ ସୂଚନା ମୁତାବକ, ନୂଆ କାର୍ଡ ପାଇବା ପାଇଁ ପୁରୁଣା ଏଟିଏମ୍ କାର୍ଡକୁ ବ୍ୟାଙ୍କରେ ବଦଳାଇ ପୁରୁଣା କାର୍ଡ ସ୍ଥାନରେ ନୂଆ ଇଭିଏମ ଚିପ୍ କାର୍ଡ ଆବେଦନ କରିପାରିବେ । ନୂଆ କାର୍ଡ ପାଇବା ପାଇଁ ଗ୍ରାହକ ଅନଲାଇନ ଆବେଦନ କରିପାରିବେ । ଏହା ଛଡା ଗ୍ରାହକ ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ମଧ୍ୟ ଆବେଦନ କରିପାରିବେ । ଏସବିଆଇର ଏପରି ପଦକ୍ଷପ ପଛରେ ଗ୍ରାହକଙ୍କ ବେଶ ସୁବିଧା ରହିଛି । ପୂର୍ବରୁ ବ୍ୟବହାର ହେଉଥିବା ଏଟିଏମ୍ କାର୍ଡରୁ ତଥ୍ୟ ଚୋରିହେବାର ଅନେକ ଅଭିଯୋଗ ଆସିଛି । ତେଣୁ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସବିଆଇ ଏପରି ପଦକ୍ଷପ ଗ୍ରହଣ କରିଛି ।

ଉଲ୍ଲେଖଯୋଗ୍ୟ କି, ୨୦୧୬ରେ ଆରବିଆଇ ପୁରୁଣା କାର୍ଡକୁ ପରିବର୍ତ୍ତନ କରାଇ ନୂଆ ଇଭିଏମ୍ ଯୁକ୍ତ କାର୍ଡ ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ସମସ୍ତ ବ୍ୟାଙ୍କକୁ ଆଦେଶ ଦେଇଥିଲେ । ତେଣୁ ନିର୍ଦ୍ଦେଶ କ୍ରମେ ଏସବିଆଇ ଏପରି ପଦକ୍ଷପ ଗ୍ରହଣ କରିଛି ।