ଏସବିଆଇ ଆଣିଲା ଖାସ୍ ସୁବିଧା ! ଏବେ ଏଟିଏମରୁ ମଧ୍ୟ ବାହାର କରିପାରିବେ ଏଫଡିରେ ଜମା ଥିବା ଟଙ୍କା ।  

238

ବ୍ୟାଙ୍କରେ ଏଫଡି (ଫିକ୍ସ୍ ଡିପୋଜିଟ୍) କରିବା ସବୁଠାରୁ ଅଧିକ ନିରାପଦ ଏବଂ ବେଷ୍ଟ୍ ବୋଲି ମନାଯାଉଛି । ଏଥିପାଇଁ ଦେଶରେ ଏଫଡିକୁ ଲୋକ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତ୍ୁ ଆଜିକାଲିର ବ୍ୟସ୍ତତାବହୁଳ ସମୟରେ ବ୍ୟାଙ୍କ ଯାଇ ଏଫଡି କରିବା ଏବଂ ପୁଣିଥରେ ତାକୁ ଭାଙ୍ଗି ଟଙ୍କା ବାହାର କରିବା କାଠିକର ପାଠ । ତେବେ ଏହି ଅସୁବିଧାର ସମାଧାନ ଏସବିଆଇ ନେଇଆସିଛି । ଏସବିଆଇ ମଲ୍ଟି ଅପସନ୍ ଡିପୋଜିଟ୍ ନାମକ ଏକ ସୁବିଧା ଦେଉଛି । ଏହି ସୁବିଧାନୁସାରେ ଆପଣ ନିଜ ଅସୁବିଧା ସମୟରେ ୧୦୦୦ ଟଙ୍କା ମଲ୍ଟିପ୍ଲସ୍ ଟଙ୍କା ବାହାର କରିପାରିବେ । ଆପଣ ଏହି ୱିଥଡ୍ରର୍ଲ ଏଟିଏମ୍ ଜରିଆରେ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା । ଆପଣଙ୍କୁ କହିରଖୁଛୁ ଏମଓଡି କରୁଥିବା ଗ୍ରାହକଙ୍କ ପାଇଁ ଏଥିରେ ଲିଙ୍କ୍ ଥିବା ସେଭିଙ୍ଗ୍ ଆକାଉଣ୍ଟ୍ ରେ ସର୍ବନିମ୍ନ ମାସିକ ଏଭରେଜ୍ ବାଲାନ୍ସ ରହିବା ଅନିବାର୍ଯ୍ୟ ।

 

କ’ଣ ଏହି ଏମଓଡି ? 

ଏହା ଏକପ୍ରକାର ଟର୍ମ ଡିପୋଜିଟ୍ କିନ୍ତୁ ଏଥିରେ ସବୁଠାରୁ ବେଷ୍ଟ ହେଉଛି ଏହା ଗ୍ରାହକଙ୍କ ସେଭିଙ୍ଗ୍ ତଥା କରେଣ୍ଟ୍ ଆକାଉଣ୍ଟ୍ ସହ ଲିଙ୍କ୍ ହୋଇଥାଏ । ଏମିତିରେ ଯଦି ଡିପୋଜିଟର ଏହି ଲିଙ୍କ୍ ଆକାଉଣ୍ଟରୁ ଟଙ୍କା ବାହାର କରିବା ପାଇଁ ଚାହୁଁଛନ୍ତି ଏବଂ ସେହି ଆମାଉଣ୍ଟ ଆକାଉଣ୍ଟରେ ନାହିଁ ତେବେ ଏମଓଡିରୁ ଏହାକୁ ବାହାର କରାଯାଇପାରିବ ।  ଏମଓଡି ଉପରେ ମଧ୍ୟ ସେତିକି ହିଁ ସୁଧ ମିଳିବ ଯାହା ଏଫଡିଆଇର ସାଧାରଣ ଏଫଡିରେ ମିଳେ ।

କିଭଳି ଖୋଲିବେ ଏମଓଡି ? 

ଏଥିପାଇଁ ସର୍ବନିମ୍ନ ଡିପୋଜିଟ୍ ଲିମିଟ୍ ୧୦,୦୦୦ ଟଙ୍କା ପରେ ଏଥିରେ ୧୦୦୦ ମଲ୍ଟିପଲ୍ସ ଅର୍ଥାତ୍ ଅଧିକ ଟଙ୍କା ଡିପୋଜିଟ୍ କରାଯାଇପାରିବ । ଏଥିରେ ସର୍ବାଧିକ ଆମାଉଣ୍ଟ୍ ପାଇଁ କୌଣସି ଲିମିଟ୍ କରାଯାଇନାହିଁ । ଏହା ୧ ବର୍ଷରୁ ଆରମ୍ଭ କରି ୫ ବର୍ଷ ପାଇଁ ଆପଣ ଖୋଲିପାରିବେ । ଏଥିରେ ପ୍ରିମାଚ୍ୟୁର୍ ୱିଥଡ୍ରଲ୍ ସୁବିଧା ମଧ୍ୟ ରହିଛି । କିନ୍ତୁ ଏଥିରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିଥାଏ ।