ବ୍ୟାଙ୍କରେ ଏଫଡି (ଫିକ୍ସ୍ ଡିପୋଜିଟ୍) କରିବା ସବୁଠାରୁ ଅଧିକ ନିରାପଦ ଏବଂ ବେଷ୍ଟ୍ ବୋଲି ମନାଯାଉଛି । ଏଥିପାଇଁ ଦେଶରେ ଏଫଡିକୁ ଲୋକ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତ୍ୁ ଆଜିକାଲିର ବ୍ୟସ୍ତତାବହୁଳ ସମୟରେ ବ୍ୟାଙ୍କ ଯାଇ ଏଫଡି କରିବା ଏବଂ ପୁଣିଥରେ ତାକୁ ଭାଙ୍ଗି ଟଙ୍କା ବାହାର କରିବା କାଠିକର ପାଠ । ତେବେ ଏହି ଅସୁବିଧାର ସମାଧାନ ଏସବିଆଇ ନେଇଆସିଛି । ଏସବିଆଇ ମଲ୍ଟି ଅପସନ୍ ଡିପୋଜିଟ୍ ନାମକ ଏକ ସୁବିଧା ଦେଉଛି । ଏହି ସୁବିଧାନୁସାରେ ଆପଣ ନିଜ ଅସୁବିଧା ସମୟରେ ୧୦୦୦ ଟଙ୍କା ମଲ୍ଟିପ୍ଲସ୍ ଟଙ୍କା ବାହାର କରିପାରିବେ । ଆପଣ ଏହି ୱିଥଡ୍ରର୍ଲ ଏଟିଏମ୍ ଜରିଆରେ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା । ଆପଣଙ୍କୁ କହିରଖୁଛୁ ଏମଓଡି କରୁଥିବା ଗ୍ରାହକଙ୍କ ପାଇଁ ଏଥିରେ ଲିଙ୍କ୍ ଥିବା ସେଭିଙ୍ଗ୍ ଆକାଉଣ୍ଟ୍ ରେ ସର୍ବନିମ୍ନ ମାସିକ ଏଭରେଜ୍ ବାଲାନ୍ସ ରହିବା ଅନିବାର୍ଯ୍ୟ ।
କ’ଣ ଏହି ଏମଓଡି ?
ଏହା ଏକପ୍ରକାର ଟର୍ମ ଡିପୋଜିଟ୍ କିନ୍ତୁ ଏଥିରେ ସବୁଠାରୁ ବେଷ୍ଟ ହେଉଛି ଏହା ଗ୍ରାହକଙ୍କ ସେଭିଙ୍ଗ୍ ତଥା କରେଣ୍ଟ୍ ଆକାଉଣ୍ଟ୍ ସହ ଲିଙ୍କ୍ ହୋଇଥାଏ । ଏମିତିରେ ଯଦି ଡିପୋଜିଟର ଏହି ଲିଙ୍କ୍ ଆକାଉଣ୍ଟରୁ ଟଙ୍କା ବାହାର କରିବା ପାଇଁ ଚାହୁଁଛନ୍ତି ଏବଂ ସେହି ଆମାଉଣ୍ଟ ଆକାଉଣ୍ଟରେ ନାହିଁ ତେବେ ଏମଓଡିରୁ ଏହାକୁ ବାହାର କରାଯାଇପାରିବ । ଏମଓଡି ଉପରେ ମଧ୍ୟ ସେତିକି ହିଁ ସୁଧ ମିଳିବ ଯାହା ଏଫଡିଆଇର ସାଧାରଣ ଏଫଡିରେ ମିଳେ ।
କିଭଳି ଖୋଲିବେ ଏମଓଡି ?
ଏଥିପାଇଁ ସର୍ବନିମ୍ନ ଡିପୋଜିଟ୍ ଲିମିଟ୍ ୧୦,୦୦୦ ଟଙ୍କା ପରେ ଏଥିରେ ୧୦୦୦ ମଲ୍ଟିପଲ୍ସ ଅର୍ଥାତ୍ ଅଧିକ ଟଙ୍କା ଡିପୋଜିଟ୍ କରାଯାଇପାରିବ । ଏଥିରେ ସର୍ବାଧିକ ଆମାଉଣ୍ଟ୍ ପାଇଁ କୌଣସି ଲିମିଟ୍ କରାଯାଇନାହିଁ । ଏହା ୧ ବର୍ଷରୁ ଆରମ୍ଭ କରି ୫ ବର୍ଷ ପାଇଁ ଆପଣ ଖୋଲିପାରିବେ । ଏଥିରେ ପ୍ରିମାଚ୍ୟୁର୍ ୱିଥଡ୍ରଲ୍ ସୁବିଧା ମଧ୍ୟ ରହିଛି । କିନ୍ତୁ ଏଥିରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/ATM.jpg)
/kanak/media/post_attachments/wp-content/uploads/2019/03/here’s-all-you-need-to-know-about-multi-option-deposit-scheme-from-sbi-750×422-750x410-300x164.jpg)
/kanak/media/post_attachments/wp-content/uploads/2019/03/SBI-300x178.jpg)