କନକ ବ୍ୟୁରୋ : ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆଉ ୪ ଦିନ ବନ୍ଦ ରହିବ । କାର୍ଯ୍ୟାଳୟରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଆଜିଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ପୂରା କାର୍ଯ୍ୟାଳୟ । ଦୁଇ ଦିନ ଅଫିସ ସିଲ୍ ହୋଇଥିବା ବେଳେ ୧୦ ତାରିଖ ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ପଡୁଥିବାରୁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟାଳୟ ।
ପୂର୍ବରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା କାରଣରୁ ଏହି କାର୍ଯ୍ୟାଳୟକୁ ୨ ଦିନ ଅଥାର୍ତ ୪୮ ଘଣ୍ଟା ସିଲ୍ କରିଥିଲା ବିଏମସି । ତେଣୁ ଲୋକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ନଆସି ଅନଲାଇନରେ କାରବାର କରିବାକୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/15-6.jpg)