୪୪ କୋଟି ଗ୍ରାହକଙ୍କୁ ବଡ ଆଶ୍ୱସ୍ତି । ଗୋଟିଏ ଥରରେ ୫ ନିୟମ ବଦଳାଇଲା ଷ୍ଟେଟ ବ୍ୟାଙ୍କ, ରଖିବାକୁ ପଡିବନି ସର୍ବନିମ୍ନ ବାଲାନ୍ସ,

1,067

କନକ ବ୍ୟୁରୋ : ଷ୍ଟେଟ୍ ବ୍ୟାଙ୍କରେ ରଖିବାକୁ ପଡିବନି ସର୍ବନିମ୍ନ ବାଲାନ୍ସ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ବାଲାନ୍ସ ଶୁକ୍ଳକୁ ପ୍ରତ୍ୟାହାର କରିନିଆଯାଇଛି । ଗ୍ରାହକଙ୍କ ଖାତାରେ ଆଉ ଏକ ନିର୍ଦ୍ଦିଷ୍ଟ ପରିମାଣର ବାଲାନ୍ସ ରଖିବା ପାଇଁ ଗ୍ରାହକଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ବ୍ୟାଙ୍କର ଏହି ନିଷ୍ପତି ଦ୍ୱାରା ୪୪.୫୧ କୋଟି ଖାତା ଧାରକ ଲାଭବାନ ହେବେ । ହାରାହାରି ସର୍ବନିମ୍ନ ବାଲାନ୍ସ ଶୁଳ୍କକୁ ଉଚ୍ଛେଦ କରି ଷ୍ଟେଟବ୍ୟାଙ୍କ କହିଛି ଯେ ଏହା ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆହୁରୀ ସୁଦୃଢ କରିବ । ସହରାଞ୍ଚଳ ଗ୍ରାହକ ୩ ହଜାର, ଅର୍ଧ ସହରାଂଚଳ ୨ ହଜାର ଏବଂ ଗ୍ରାମାଂଚଳ ଖାତା ଧାରକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ହଜାରେ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।

ଯେଉଁ ମାନଙ୍କର ମିନିମମ୍ ବାଲାନ୍ସ ରହୁନଥିଲା ସେମାନଙ୍କ ଠାରୁ ୫ ଟଂକାରୁ ଆରମ୍ଭ କରି ୧୫ ଟଂକା ଯାଏଁ ଚାର୍ଜ ଓ ତା ସହିତ ଟିକସ ଆଦାୟ କରାଯାଉଥିଲା । ଏହାସହିତ ସମସ୍ତ ସଂଚୟ ଖାତାରେ ବ୍ୟାଙ୍କ ବାର୍ଷିକ ୩ ପ୍ରତିଶତ ସୁଧ ପ୍ରଦାନ କରାଯିବାକୁ ନିଷ୍ପତି ହୋଇଛି । ଏହା ସହିତ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏସଏମଏସ ଚାର୍ଜକୁ ବ୍ୟାଙ୍କ ପ୍ରତ୍ୟାହାର କରିନେଇଥିବା ସୂଚନା ଦେଇଛି ।