ବ୍ୟବସାୟୀଙ୍କୁ ଫେସ ସଲ୍ଡ ବଂଟନ । କରୋନା ଭିତରେ ଏସବିଆଇ ଲାଇଫର ସାମାଜିକ ଦାୟିତ୍ୱବୋଧ ଜାରି । ଭୁବନେଶ୍ୱର ଡି-ବ୍ରାଂଚ ପକ୍ଷର ବ୍ୟବସାୟଙ୍କୁ ଫେସ୍ ସଲ୍ଡ ବଂଟନ ।

32

କନକ ବ୍ୟୁରୋ: କରୋନା ସଂକଟ କାଳରେ ତାର ସାମାଜିକ ଦାୟିତ୍ୱବୋଧ ଜାରି ରଖିଛି ଏସବିଆଇ ଲାଇଫ । ଭୁବନେଶ୍ୱର ଡି- ବ୍ରାଂଚ ପକ୍ଷରୁ ବ୍ୟବସାୟୀ ମାନଙ୍କୁ ଫେସ ସଲ୍ଡ ବଂଟନ କରାଯାଇଛି । ଭୁବନେଶ୍ୱର ଝାରପଡାସ୍ଥତ ଗଣେଶ ମଣ୍ଡପ ହାଟରେ ପରିବା ଓ ଅନ୍ୟ ବ୍ୟବସାୟୀଙ୍କୁ ଏହି ଫେସ ସିଲ୍ଡ ବଂଟନ କରାଯାଇଛି । ଏସବିଆଇ ଲାଇଫର ବ୍ରାଂଚ୍ ମ୍ୟାନେଜର ମୃତ୍ୟୁଞ୍ଜୟ ମହାପାତ୍ର ଏହି କାର୍ଯ୍ୟକ୍ରମର ନତୃତ୍ୱ ନେଇଥିଲେ ।
ସୁଭ୍ରାନ୍ତ ଜେନା, ବନ୍ଦିତା କର, ଲିଙ୍ଗରାଜ ସାହୁ ଓ ସତ୍ୟ ଦାସ ପ୍ରମୁଖ ସହାୟତା କରିଥିଲେ । କରୋନା ସଂକ୍ରମଣର ହାର କମିଥିଲେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି । ବ୍ୟବସାୟୀମାନେ ପ୍ରତିଦନ ଏକାଧିକ ଗ୍ରାହକଙ୍କ ସଂସ୍ପର୍ଷରେ ଆସୁଥିବାରୁ କରୋନା ସଂକ୍ରମଣର ଆଶଙ୍କା ରହିଛି । ତେଣୁ ସେମାନଙ୍କୁ ଏହି ଫେସ ସିଲ୍ଡ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହେବ ବୋଲି କହିଛନ୍ତି ଏସବିଆଇ ଲାଇଫର ବ୍ରାଂଚ ମ୍ୟାନେଜର ମୃତ୍ୟୁଞ୍ଜୟ ମହାପାତ୍ର ।