ସାବଧାନ୍ ! ଏଟିଏମ୍ ଲୁଟେରା । ଏସବିଆଇ ଆରମ୍ଭ କଲା ନୂଆ ଏଟିଏମ୍ ସେବା, ଏଣିକି ଏଟିଏମ୍ ଫ୍ରଡରୁ ମିଳିବ ମୁକ୍ତି, ଲୁଟ୍ କରିବାକୁ ଉଦ୍ୟମ କଲେ ତୁରନ୍ତ ପାନେ ପାଇବ ଲୁଟେରା ।

1,232

କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ନୂଆ ସେବା ଆଣିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଦିନକୁ ଦିନ ଏଟିଏମ୍ ଫ୍ରଡ୍ ଭଳି ମାମଲା ସାମ୍ନାକୁ ଆସୁଥିବା ବେଳେ ବିଶେଷ କରି କରୋନା କାଳରେ ଏମିତି ଠକେଇ ଅନେକ ଦେଖିବାକୁ ମିଳୁଛି । ଆରବିଆଇର କଡା ନିୟମ ସତ୍ୱେ ମଧ୍ୟ କୌଣସି ନା କୌଣସି ଉପାୟରେ ଲୋକଙ୍କୁ ଠକିନେଉଛନ୍ତି ଲୁଟେରା । ଆଉ ଏଭଳି ଠକେଇକୁ ଆଖିଆଗରେ ରଖି ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଏକ ନୂତନ ସୁବିଧା ଆରମ୍ଭ କରିଛି । ସୁରକ୍ଷିତ ବ୍ୟାଙ୍କିଂ ଯୋଗାଇବା ପାଇଁ ଏସବିଆଇ ଏକ ନୂତନ ଏଟିଏମ୍ ସେବା ଆରମ୍ଭ କରିଛି ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ବି ବ୍ୟାଙ୍କକୁ ଏଟିଏମରୁ ବାଲାନ୍ସ କିମ୍ବା ମିନି ଷ୍ଟେଟମେଂଟ ଚେକ୍ କରିବାକୁ ଅନୁରୋଧ ମିଳିବ, ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ତୁରନ୍ତ ସତର୍କ କରାଇ ଦିଆଯିବ । ବ୍ୟାଙ୍କ ପକ୍ଷରୁ ଏହାର ଆରମ୍ଭ ଏଥିପାଇଁ କରାଯାଇଛି, ଯେପରିକି ଏହା ନିଶ୍ଚିତ ହୋଇପାରିବ ଯେ, ବ୍ୟାଙ୍କ ଟ୍ରାଞ୍ଜାକସନ୍ ଗ୍ରାହକଙ୍କ ଦ୍ୱାରା ହିଁ କରାଯାଉଛି । ଆଉ ଏହା ଦ୍ୱାରା ଠକେଇ ମାମଲା ସଂଖ୍ୟା ମଧ୍ୟ କମ୍ କରାଯାଇପାରିବ ଏବଂ ଗ୍ରାହକଙ୍କୁ ସୁରକ୍ଷିତ ବ୍ୟାଙ୍କ ସେବା ମିଳିପାରିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଅନ୍ୟ କେହି ଆପଣଙ୍କ ଏଟିଏମ କାର୍ଡରୁ କୌଣସି ଟ୍ରାଞ୍ଜାକସନ୍ କରିବାକୁ ଚେଷ୍ଟା କରନ୍ତି, ତେବେ ଏନେଇ ବ୍ୟାଙ୍କ ତୁରନ୍ତ ଆପଣଙ୍କୁ ଜଣାଇଦେବ । ଏବଂ ସୂଚନା ପାଇବା ପରେ ଆପଣ ତୁରନ୍ତ ଆପଣଙ୍କ କାର୍ଡକୁ ବ୍ଲକ କରିପାରିବେ ।