ଏସବିଆଇ ଆରମ୍ଭ କଲା ଦେଶର ପ୍ରଥମ ଶସ୍ତା ଗ୍ରୀନ୍ ଲୋନ୍ : ଜାଣନ୍ତୁ ଗ୍ରୀନ ଲୋନ୍ କ’ଣ ?

796

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ‘ଗ୍ରୀନ କାର ଋଣ’ ର ଶୁଭାରମ୍ଭ କରିଛି । ବ୍ୟାଙ୍କ ଏହାର ଦର ସାମାନ୍ୟ ଅଟୋ ଋଣ ମୁକାବିଲାରେ ୦.୨୦% କମ୍ ନିର୍ଦ୍ଧାରିତ କରାଯାଇଛି । କିନ୍ତୁ ଗ୍ରୀନ କାର ଲୋନ ପାଇଁ କିଛି ସର୍ତ୍ତ ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଏହି ଲୋନ ପାଇଁ ସବୁଠାରୁ କମ୍ ଇଏମଆଇ ଓ ପେପରୱାର୍କ ମଧ୍ୟ କମ୍ ହେବ । ବ୍ୟାଙ୍କ ଜରୁରୀ ସର୍ତ୍ତ ପୁରା କରିବା ପରେ ଋଣ ଜାରି କରିବ । ଏଥିରେ ଋଣ ପାଇଁ ଆବେଦନକାରୀଙ୍କ ଠାରୁ ପ୍ରୋସେସିଙ୍ଗ ଫି ବସୁଲ କରାଯିବ ନାହିଁ ।

ଗ୍ରୀନ କାର ଋଣ କ’ଣ ? ଭାରତୀୟ ଷ୍ଟେଟବ୍ୟାଙ୍କ ଇଲେକ୍ଟ୍ରିକ୍ ବାହାନ କିଣୁଥିବା ଲୋକଙ୍କ ସୁଧରେ ୦.୨୦% ରିହାତି ଦେବାର ଘୋଷଣା କରିଛି । ଏହା ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଲଂଚ ହୋଇଥିବା ଭାରତର ପ୍ରଥମ ଗ୍ରୀନ କାର ଋଣ । ଏହାର ଉଦ୍ଦେଶ୍ୟ ଇଲେକ୍ଟ୍ରିକ୍ ବାହାନର କ୍ରୟକୁ ବୃଦ୍ଧି କରିବା ।

ଏସବିଆଇ କାର ଲୋନ୍ ଗାଡିକୁ ଅନ୍ ରୋଡ୍ ପ୍ରାଇସର ୯୦ ପ୍ରତିଶତ ଟଙ୍କା ଫାଇନାନ୍ସ କରେ । ଅନ ରୋଡ୍ ପ୍ରାଇସରେ ରେଜିଷ୍ଟ୍ରସନ୍, ଇନସ୍ୟୁରାନ୍ସ, ଏକ୍ସଟେଣ୍ଡେଡ୍ ୱାରେଂଟି, ମୋଟ୍ ସର୍ଭିସ ପ୍ୟାକେଜ୍, ବାର୍ଷିକ ରକ୍ଷଣ ଠିକା, କାଷ୍ଟ ଅଫ୍ ଏକ୍ସେସରିଜ୍ ଆଦି ଥାଏ । ଅଧିକ ସୂଚନା ପାଇଁ ଏହି ଲିଙ୍କକୁ ଯାଆନ୍ତୁ:- https://www.sbi.co.in/portal/web/personal-banking/sbi-car-loan-lite-scheme