ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ କଲେ ହୋଇପାରେ ଆପଣଙ୍କ ଡାଟା ଚୋରି : ଏସବିଆଇ କଲା ସତର୍କ , ହ୍ୟାକର ଖାଲି କରୁଛନ୍ତି ବ୍ୟାଙ୍କ ଆକାଉଂଟ 

553

ଆଜିକା ସମୟରେ ସମସ୍ତେ ମୋବାଇଲ୍ ଉପରେ ନିର୍ଭରଶୀଳ । ଫୋନର ବ୍ୟବହାର ଦିନ କୁ ଦିନ ବଢିବାରେ ଲାଗିଛି । ଲୋକଙ୍କ ପାଇଁ ଫୋନ ବିନା କିଛି ଘଣ୍ଟା କାଟିବା ଅସମ୍ଭବ ହୋଇପଡିଛି । ଏହି କାରଣରୁ ଫୋନରେ ଚାର୍ଜ ସରିଲା ମାତ୍ରେ ଚାର୍ଜ କରିବାକୁ ଲୋକେ ସମସ୍ତ ପ୍ରକାରର ଚେଷ୍ଟା କରିଥାନ୍ତି । ଅନେକ ଥର ଏଭଳି ହୋଇଥାଏ କି, ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲରେ ଫୋନ୍ ଚାର୍ଜ କରିବାର ଆବଶ୍ୟକତା ପଡିଥାଏ । କିନ୍ତୁ ସାବଧାନ ହୋଇ ଯାଆନ୍ତୁ । ଫୋନ ଚାର୍ଜ କରିବା ଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ମୋବାଇଲରୁ ଗୋପନୀୟ ତଥ୍ୟ ସଂଗ୍ରହ କରିନେବେ । ଯେପରିକି ଆପଣଙ୍କ ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେବେ । 

ଏଭଳି ସଂକଟରୁ ବଞ୍ଚିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଲୋକମାନଙ୍କୁ ଟ୍ୱିଟ କରି ସାବଧାନ ହେବାକୁ ପରାମର୍ଶ ଦେଇଛନ୍ତି । ବ୍ୟାଙ୍କ କହିଛି , କୌଣସି ସର୍ବସାଧରଣ (ପବ୍ଲିକ ପ୍ଲେସ )ରେ ଫୋନ ଚାର୍ଜ କରିବା ପୂର୍ବରୁ ଅନେକ ଥର ଭାବନ୍ତୁ । ଆପଣଙ୍କ ଫୋନରୁ ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେଇ ଯାଇପାରନ୍ତି । ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲରେ ଫୋନ୍ ଚାର୍ଜ କରନ୍ତୁ ନାହିଁ ।