ଏହି ମାସ ଶେଷ ସୁଦ୍ଧା ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପ୍ୟାନ୍) କାର୍ଡ ଆଧାର କାର୍ଡ ସହିତ ଲିଙ୍କ ହେବା ଜରୁରୀ | ଯଦି ଆପଣ ଏଭଳି କରିନାହାନ୍ତି ତେବେ ଜୁନ ମାସ ଶେଷ ସୁଦ୍ଧା କରାଇନିଅନ୍ତୁ | କାରଣ ଜୁନ ୩୦ପରେ ଆଧାର କାର୍ଡ ସହିତ ଲିଙ୍କ ନଥିବା ପ୍ୟାନ୍ କାର୍ଡଗୁଡ଼ିକ ଅଦରକାରୀ ହୋଇଯିବ। ଯଦି କୌଣସି ବ୍ୟକ୍ତି ଆଧାର ନମ୍ବରକୁ ପ୍ୟାନ ସହ ଲିଙ୍କ କରିବାରେ ବିଫଳ ହୁଏ, ତେବେ ନିୟମ ଅନୁଯାୟୀ ଏପରି ବ୍ୟକ୍ତିଙ୍କୁ ଦିଆଯାଇଥିବା ପ୍ୟାନ ନମ୍ବର କାର୍ଯ୍ୟକ୍ଷମ ହେବ ନାହିଁ |
ଏନେଇ ଏସବିଆଇ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, କୌଣସି ଅସୁବିଧାକୁ ଏଡାଇବା ପାଇଁ ଏବଂ ଆମର ବ୍ୟାଙ୍କିଙ୍ଗ୍ ସେବାକୁ ଅନବରତ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କର ପ୍ୟାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବାକୁ ପରାମର୍ଶ ଦେଉଛୁ | ଯଦି କୋୖଣସି ଗ୍ରାହକ ପ୍ୟାନ କାର୍ଡ ଆଧାର ସହିତ ଜୁନ ୩୦ପୂର୍ବରୁ ଲିଙ୍କ୍ ନକରନ୍ତି, ତେବେ ସେମାନଙ୍କ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯିବା ସହ ନିର୍ଦ୍ଦିଷ୍ଟ କାରବାର କରିବା ପାଇଁ ବ୍ୟବହାର ହୋଇପାରିବ ନାହିଁ | ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକମାନଙ୍କୁ ପ୍ୟାନ ସହିତ ଆଧାର ଲିଙ୍କ କରାଇବା ପାଇଁ ପରାମର୍ଶ ଦେଇଛି |
ଉଲ୍ଲେଖଯୋଗ୍ୟ, ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପାଇଁ ଆବେଦନ କରିବା, ଏକ ଡେମାଟ୍ ଆକାଉଣ୍ଟ୍ ଆରମ୍ଭ କରିବା ସହ ଅନ୍ୟାନ୍ୟ କାମ ପାଇଁ ପ୍ୟାନ କାର୍ଡ ଦରକାର ପଡିଥାଏ | ଯଦି କୌଣସି ବ୍ୟକ୍ତି ଗୋଟିଏ ବ୍ୟାଙ୍କରେ ଦିନକୁ ୫୦,୦୦୦ ରୁ ଅଧିକ ନଗଦ ଜମା କରନ୍ତି, ତେବେ ସେ ସମୟରେ ପ୍ୟାନ ଦରକାର ପଡିଥାଏ | ୫୦,୦୦୦ରୁ ଅଧିକ ମୂଲ୍ୟର ମ୍ୟୁଚୁଆଲ୍ ଫଣ୍ଡ, ବଣ୍ଡ ଇତ୍ୟାଦି କିଣିବା ସମୟରେ ପାନ୍ ବିବରଣୀ ପ୍ରଦାନ କରିବା ଆବଶ୍ୟକ | ଏହା ବ୍ୟତୀତ, ପାନ୍ କାର୍ଡ ନିଷ୍କ୍ରିୟ ହେଲେ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହେବ |
ଏସବିଆଇ ଅନବରତ ବ୍ୟାଙ୍କିଙ୍ଗ୍ ସେବା ଉପଭୋଗ କରିବାକୁ ଉପଭୋକ୍ତାମାନଙ୍କୁ ଇନକମ ଟ୍ୟାକ୍ସ ଇ-ଫିଲିଙ୍ଗ୍ ପୋର୍ଟାଲକୁ ଯାଇ ପାନ୍ ଏବଂ ଆଧାରକୁ ଲିଙ୍କ୍ କରିବାକୁ ଅନୁରୋଧ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/sbi-hdfc-1585747578.jpg)