ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ସାଂଘାତିକ ଅଭିଯୋଗ, ଜନଧନ ଖାତାଧାରକଙ୍କୁ ଫେରାଇ ନାହିଁ କାଟିଥିବା ଟଙ୍କା

153

କନକ ବ୍ୟୁରୋ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ନେଇ ଆଇଆଇଟି କାନପୁରର ବଡ ଖୋଲାସା । ଜନଧନ ଖାତାରୁ ଡିଜିଟାଲ କାରବାର ନେଇ କାଟିଥିବା ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ଫେରାଇ ନଥିବା ଅଭିଯୋଗ । ଆଇଆଇଟି ମୁମ୍ବାଇର ରିପୋର୍ଟ ମୁତାବକ ୨୦୧୭ ଏପ୍ରିଲ ମାସରୁ ୨୦୧୯ ଡିସେମ୍ବର ମାସ ପର୍ଯ୍ୟନ୍ତ ଜନଧନ ଖାତାଧାରକଙ୍କ ଆକାଉଣ୍ଟରୁ ଡିଜିଟାଲ କାରବାର ନେଇ ଏସବିଆଇ ୧୬୪ କୋଟି ଟଙ୍କା ବେଆଇନ ଭାବେ ଆଦାୟ କରିଥିଲା । ହେଲେ ବେଆଇନ ଭାବେ ଖାତାଧାରକଙ୍କ ଆକାଉଣ୍ଟରୁ କାଟିଥିବା ଟଙ୍କା ଏସବିଆଇ ଏପର୍ଯ୍ୟନ୍ତ ଫେରାଇ ନାହିଁ ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ଯ୍ୟନ୍ତ ଏସବିଆଇ ଜନଧନ ଖାତାଧାରକଙ୍କୁ ମାତ୍ର ୯୦ କୋଟି ଟଙ୍କା ଫେରସ୍ତ କରିଥିବା ବେଳେ ବାକି ୧୬୪ କୋଟି ଟଙ୍କା ଫେରସ୍ତ କରିନାହିଁ । ୨୦୧୭ ଏପ୍ରିଲ ମାସରୁ ୨୦୧୯ ଡିସେମ୍ବର ମାସ ମଧ୍ୟରେ ଜନଧନ ଯୋଜନାରେ ଖୋଲାଯାଇଥିବା ସାଧରଣ ସଂଚୟ ଆକାଉଣ୍ଟରୁ ୟୁପିଆଇ ଓ ରୂପେ କାର୍ଡ କାରବାର ଉପରେ ଏସବିଆଇ ବେଆଇନ ଭାବେ ୨୫୪ କୋଟି ଟଙ୍କା ଆଦାୟ କରିଥିଲା । ଏଥିରେ ଏସବିଆଇ ଖାତାଧାରକଙ୍କ ପ୍ରତିଟି କାରବାର ଉପରେ ବେଆଇନ ଭାବେ ୧୭.୭୦ ଟଙ୍କା କାଟିଥିଲା । ଏନେଇ ଏସବିଆଇକୁ ପ୍ରଶ୍ନ କରାଯାଇଥିଲେ ବି ତାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ଏସବିଆଇର ଏଭଳି ବେଆଇନ ଶୁଳ୍କ ଆଦାୟ ଦେଖି ଅନ୍ୟ ବ୍ୟାଙ୍କମାନେ ବି ଶୁଳ୍କ ଆଦାୟ ଆରମ୍ଭ କରିଦେଇଥିଲେ । ଗୋଟିଏ ମାସରେ ୪ ଥରରୁ ଅଧିକ ଥର ଟଙ୍କା ଉଠାଣ ଉପରେ ବ୍ୟାଙ୍କମାନେ ୧୭.୭୦ ଟଙ୍କା ପ୍ରତି କାରବାର ଉପରେ ଆଦାୟ କରିଥିଲେ । ଏହା ଫଳରେ ଜନଧାନ ଖାତା ଖୋଲି କାରବାର କରୁଥିବା ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡିଥିଲା । ଏନେଇ ୨୦୨୦ ମସିହାରେ ଅର୍ଥମନ୍ତ୍ରଣାଳୟରେ ଅଭିଯୋଗ ହୋଇଥିଲା ।
କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି) ୨୦୨୦ ଅଗଷ୍ଟ ୩୦ ତାରିଖରେ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲା କି ବେଆଇନ ଭାବେ ଆଦାୟ କରାଯାଇଥିବା ଶୁଳ୍କକୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୨୦୨୧ ଫେବୃଆରୀ ମାସରେ ଏସବିଆଇ ଖାତାଧାରକଙ୍କୁ ଏହି ଅର୍ଥ ଫେରସ୍ତ କରିବା ଆରମ୍ଭ କରିଥିଲା । ଆଇଆଇଟି ମୁମ୍ବାଇର ରିପୋର୍ଟ ପ୍ରସ୍ତୁତ କରିଥିବା ପ୍ରଫେସର ଆଶିଷ ଦାସ କହିଛନ୍ତି କି ଏପର୍ଯ୍ୟନ୍ତ ବି ଏସବିଆଇ ଗରିବ ଲୋକଙ୍କ ୧୬୪ କୋଟି ଟଙ୍କା ଫେରସ୍ତ କରିନାହିଁ ।