ଫିକ୍ସ ଡିପୋଜିଟ୍ ଉପରେ ସୁଧ ଦର ବଢାଇଲା ଏସବିଆଇ ! ଜାଣନ୍ତୁ ଆପଣଙ୍କୁ ମିଳିବ କେତେ ଫାଇଦା ।

338

ଫିକ୍ସ ଡିପୋଜିଟ ଉପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସୁଧ ଦର ୦.୧୦ ପ୍ରତିଶତ ବୃଦ୍ଧି କରିଛି । ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକମାନେ ଏହାର ସିଧାସଳଖ ଫାଇଦା ପାଇପାରିବେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ନିଜ ୱେବସାଇଟରେ ସୂଚନା ଦେଇଛି, ଗ୍ରାହକଙ୍କ ପସନ୍ଦ ମୁତାବକ ଏବଂ ଚୟନ କରିଥିବା ସମୟସୀମା ଭଳି ଏଫଡି ସ୍କିମ୍ ଉପରେ ୬.୮୦ ପ୍ରତିଶତ ସୁଧ ଦେବ ବ୍ୟାଙ୍କ । ବ୍ୟାଙ୍କର ସୂଚନା ଅନୁଯାୟୀ, ଏହି ସମସ୍ତ ସ୍କିମ୍ ୧ କୋଟି ଟଙ୍କାରୁ କମ୍ ଜମା ଟଙ୍କା ଉପରେ ଲାଗୁ ହେବ ।

ଏସବିଆଇର କହିବା ଅନୁଯାୟୀ, ୧ ବର୍ଷରୁ ଅଧିକ ଏବଂ ଦୁଇ ବର୍ଷରୁ କମ୍ ସମସୟୀମା ଥିବା ଫିକ୍ସ ଡିପୋଜିଟ୍ ଯୋଜନା ଉପରେ ସୁଧ ଦର ସଂଶୋଧନ କରାଯାଇ ୬.୮୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୬.୭୦ ପ୍ରତିଶତ ଥିଲା । ଏହି ଶ୍ରେଣୀରେ ଏଣିକି ବରିଷ୍ଠ ନାଗରିକମାନଙ୍କୁ ୭.୩୦ ପ୍ରତିଶତ ସୁଧ ମିଳିବ, ଯାହାକି ପୂର୍ବରୁ ୭.୨୦ ପ୍ରତିଶତ ରହିଥିଲା । ସେହିପରି ଦୁଇ ବର୍ଷରୁ ଅଧିକ ଏବଂ ୩ ବର୍ଷରୁ କମ୍ ସମସୟୀମା ଅବଧି ଥିବା ଫିକ୍ସ ଡିପୋଜିଟ୍ ଉପରେ ଏଣିକି ୬.୮୦ ପ୍ରତିଶତ ସୁଧ ମିଳିବ, ଯାହାକି ଆଗରୁ ୬.୭୫ ପ୍ରତିଶତ ଥିଲା । ଅନ୍ୟ ଫିକ୍ସ ଡିପୋଜିଟ୍ ଉପରେ ସୁଧ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।