ଯଦି ଆପଣ ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି,ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ ଏସବିଆଇର YONO ଆପକୁ ବ୍ୟବହାର କରୁଛନ୍ତି ତେବେ ଆପଣ ଏସବିଆଇର କ୍ରେଡିଟ୍ କାର୍ଡ ବ୍ୟବହାର କରି ବାର୍ଷିକ ୧,୦୦୦ ଟଙ୍କାର ଇ-ଭାଉଚର୍ ଜିତିବାର ସୁଯୋଗ ପାଇପାରିବେ । ଆପଣ ଆଣ୍ଡ୍ରୋଏଡ୍ ଏବଂ iOS ଆପରେ YONO App ଡାଉନଲୋଡ୍ କରିପାରିବେ ।

Advertisment

publive-image

କ’ଣ ଏହି ଖାସ୍ ଅଫର ?

ଯଦି ଆପଣ YONO ଆପ୍ ମାଧ୍ୟମରେ ବିଲ୍ ପେମେଣ୍ଟ୍ କରୁଛନ୍ତି ତେବେ ଆପଣଭ୍କୁ ୧୦୦୦ ଟଙ୍କାର ପିଜା ହଟ୍ ଇ-ଗିଫ୍ଟ ଭାଉଚର୍ ମିଳିବ । ଏହା ଏସବିଆଇ କାର୍ଡ ELITE ରେ ଆପଣଙ୍କୁ ମିଳିଯିବ । ଏଥିପାଇଁ ଆପଣ ଏସବିଆଇ କାର୍ଡରେ ୨୫୦ ଟଙ୍କାର ବୁକ୍ ମାଇ ଶୋ ଭାଉଚର୍ ଏବଂ IRCTC SBI Platinum Card ରେ ପଇଠ କରିବା ପରେ ୨୫୦ ଟଙ୍କାର ରିୱାର୍ଡ ପଇଣ୍ଟ ମିଳିବ ।

publive-image

ଏହାର ଧ୍ୟାନ ରଖନ୍ତୁ :

ରେଷ୍ଟୁରାଣ୍ଟରେ SBI Card ELITE ରେ ବିଲ୍ ଦିଅନ୍ତୁ । ଯଦି ଆପଣ ହୋମ୍ ଡେଲିଭରି ଚାହୁଁଛନ୍ତି ଅର୍ଡର ଦେବା ସମୟରେ ୧୬ ଡିଜିଟର ଏହି କାର୍ଡ ଥିବା କଥା କୁହନ୍ତୁ । ଏହାବ୍ୟତିତ ଯଦି ଅନଲାଇନ୍ କିମ୍ବା ଆପ୍ ମାଧ୍ୟମରେ ହୋମ୍ ଡେଲିଭରି କରିବା ପାଇଁ ଅର୍ଡର ଦେଉଛନ୍ତି ତେବେ କାର୍ଡ ବ୍ୟବହାର କରି କ୍ୟାସ୍ ଅନ୍ ଡେଲିଭରୀ ଅପ୍ସନ୍ ଚୟନ କରନ୍ତୁ ଏବଂ ଡେଲିଭରୀ ସମୟରେ ପେମେଣ୍ଟ୍ କରିବା ସମୟରେ ଏହି କ୍ରେଡିଟ୍ କାର୍ଡର ବ୍ୟବହାର କରନ୍ତୁ । ଏହି ଅଫର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

publive-image

ବୁକ୍ ମାଇ ଶୋ’ ଭାଉଚର୍ ଥିଏଟରରେ ଲାଗୁ ହୋଇପାରିବ ନାହିଁ ।

SimplyCLICK SBI Card ରେ ୨୫୦ ଟଙ୍କାର ଭାଉଚର୍ ପାଇବା ପାଇଁ ଆପଣଙ୍କୁ http://www.bookmyshow.com/ ଆପ୍ ରେ ଟିକେଟ୍ ବୁକ୍ କରନ୍ତୁ । ଥିଏଟର୍ କାଉଣ୍ଟରରେ ଏହା ଲାଗୁ ହେବ ନାହିଁ । ଏହିଭଳି, IRCTC SBI Platinum Card ବ୍ୟବହାର କରି ୨୫୦ ଟଙ୍କାର ରିୱାର୍ଡ ପଇଣ୍ଟ୍ ପାଇବା ପାଇଁ ବାର୍ଷିକ ଫିସ୍ ଦେବା ପରେ ୩୦ ଦିନ ଅପେକ୍ଷା କରିବାକୁ ପଡିବ ।