ଏସବିଆଇ ଆଣିଲା ନୂଆ ସ୍କିମ, ଯେଉଁଠି ଆପଣଙ୍କୁ ମାଗଣାରେ ମିଳିବ ଏହି ସୁବିଧା : ଜାଣନ୍ତୁ କେମିତି ଉଠାଇବେ ଫାଇଦା

39

ଆଜିକାଲି ଏସବିଆଇ(ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ) ସାଧାରଣ ଲୋକଙ୍କ ସୁବିଧା ପାଇଁ ତାର ବ୍ୟବସ୍ଥାକୁ ଅଧିକ ସୁବିଧା ଓ ସରଳ କରୁଛି । ସେଥିପାଇଁ ଏସବିଆଇ ଆଣୁଛି ନୂଆ ନୂଆ ସ୍କିମ, ଯାହା ଆପଣଙ୍କୁ ଡବଲ ଫାଇଦା ଦେବ । ଆସନ୍ତୁ ଜାଣିବା ଏ ବାବଦରେ …..

ଯଦି ଆପଣ ବ୍ୟାଙ୍କରେ ଲାଇନରେ ଲାଗିବାକୁ ଚାହୁଁ ନାହାନ୍ତି, ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆପଣଙ୍କ ପାଇଁ ଖାସ ଆପ ଆଣିଛି । ତାହା ହେଉଛି ‘ୟୁ ଓନଲି ନିଡ ୱାନ’ । ଏହି ଆପ ମାଧ୍ୟମରେ ଆପଣଙ୍କୁ ବହୁତ ସୁବିଧା ମିଳିବ । ଖାତା ଖୋଲିବାବେଳେ ହେଉଥିବା ହଇରାଣରୁ ବଂଚିତ ହେବା ସହ ପାଂଚ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ବି ମାଗଣାରେ ମିଳିବ । ଏସବିଆଇ ଏହି ୟୋନୋ ଆପ ବ୍ୟତୀତ ଆକ୍ସିସ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଘରେ ବସି ଡିଜିଟାଲ ଖାତା ଖୋଲିବାର ସୁବିଧା ଦେଉଛି । ଏହି ଖାତା କେବଳ ୧୮ ବର୍ଷରୁ ଉଦ୍ଧ୍ୱର୍ ଆୟୁ ଥିବା ଲୋକ ଖୋଲିପାରିବେ ।

ଏହି ଖାତାକୁ ଖୋଲିବା ବହୁତ ସହଜ । ମୋବାଇଲ ନମ୍ବର, ଇମେଲ ଆଇଡି ଏବଂ କିଛି ଡିଜିଟାଲ ଦସ୍ତାବିଜ ମାଧ୍ୟମରେ ଏସବିଆଇରେ ଖାତା ଖୋଲିପାରିବେ । ଖାତା ଖୋଲିବା ପାଇଁ ଆଧାର କାର୍ଡ, ପାନ କାର୍ଡ ଥିବା ଜରୁରୀ । ଗୋଟିଏ ମୋବାଇଲ ନମ୍ବର ଓ ଇମେଲ ଆଇଡିରେ କେବଳ ଗୋଟିଏ ଖାତା ଖୋଲିପାରିବେ । ଏହି ଖାତାକୁ କେବଳ ଭାରତୀୟ ଲୋକ ହିଁ ଖୋଲିପାରିବେ । ଖାତା ଖୋଲିବା ପାଇଁ ନୋମିନିର ନାମ ଦେବା ଜରୁରୀ ଅଟେ । ଖାତା ଖୋଲିବା ସମୟରେ ଆପଣ ଯେଉଁ ଷ୍ଟେଟବ୍ୟାଙ୍କ ଶାଖାର ଚୟନ କରୁଛନ୍ତି, ତାହା ଆପଣଙ୍କ ହୋମ ବ୍ରାଂଚ ହୋଇଯିବ । ଖାତା ଖୋଲିବା ପ୍ରକ୍ର୍ରିୟାରେ ଥରେ ମାତ୍ର ବ୍ୟାଙ୍କ ଯାଇକି ଆଧାର କାର୍ଡ ଭେରିଫିକେସନ କରିବାକୁ ପଡିବ । ଖାତା ଖୋଲିବା ପରେ ଆପଣଙ୍କୁ ବ୍ୟାଙ୍କର ସମସ୍ତ ସୁବିଧା ମିଳିବ ଓ ପ୍ଲାଟିନମ ଡେବିଟ କାର୍ଡ ବି ମିଳିବ । ଆପ ଜରିଆରେ ଖାତା ଖୋଲିବା ପରେ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଦୁର୍ଘଟଣା ବୀମା ମିଳିବ ।

ପ୍ଲାଟିନମ ଡେବିଟ କାର୍ଡ ଜରିଆରେ ଆପଣ ଏଟିଏମରୁ ୧ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ । ଆପ ଜରିଆରେ ଚେକବୁକ ବି ମଗାଇ ପାରିବେ କିନ୍ତୁ ଏଥିପାଇଁ ପ୍ରତି ଫର୍ଦକୁ ୧୦ ଟଙ୍କା ଦେବାକୁ ପଡିବ । ଖାତାର ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କୁ ଇମେଲ ଆଇଡିରେ ମିଳିବ । ଯଦି ଏହି ଖାତାରେ ଆପଣ ୨୫ ହଜାର ଟଙ୍କା ରଖିବେ ତେବେ ସର୍ବନିମ୍ନ ମୂଲ୍ୟର ଝାମେଲା ରହିବନି । ଏହି ମୋବାଇଲ ଆପକୁ ଆପଣ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ । ଏସବିଆଇର ମୁଖ୍ୟ ପରିଚାଳକ ଏକେ ଗୁପ୍ତାଙ୍କ ମୁତାବକ ଯୁବକଙ୍କ ଉପରେ ଫୋକସ କରି ଏହି ସେବାର ପ୍ରାରମ୍ଭ କରଯାଇଛି । ଘରେ ବସି ମୋବାଇଲରୁ ଖାତା ଖୋଲିବାର ସୁବିଧା ଆକ୍ସିସ ବ୍ୟାଙ୍କ ବି ଦେଉଛି । ଏହା ଅଧିନରେ ଆପଣଙ୍କୁ ବ୍ୟାଙ୍କର ୱେବସାଇଟକୁ ଯାଇ ଆବେଦନ କରିବାକୁ ପଡିବ । ତିନି ମିନିଟ ଭିତରେ ଏହି ଖାତା ଖୋଲିଯିବ । ଏହି ଖାତା ସାମାନ୍ୟ ଜମା ଖାତା ଭଳି ହିଁ କାମ କରିବ ।