ଷ୍ଟେଟବ୍ୟାଙ୍କର ସାଲାରୀ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର । ମିଳିବାକୁ ଯାଉଛି ଏହି ୫ ଟି ସୁବିଧା ।

6,209

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଜାତୀୟକରଣ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ସର୍ବଦା ତା’ର ଖାତାଧାରକଙ୍କ ସୁବିଧା ପାଇଁ ଅନେକ ସୁବିଧା ଆଣିଥାଏ । ଏହି କ୍ରମରେ ଏବେ ଷ୍ଟେଟବ୍ୟାଙ୍କ ତା’ର ସାଲାରୀ ଆକାଉଣ୍ଟଧାରୀଙ୍କ ପାଇଁ ୫ ଟି ସୁବିଧା ଘୋଷଣା କରିଛି ।

ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟ ମୁତାବକ ସାଲାରୀ ଆକାଉଣ୍ଟ ଖୋଲିଥିବା ଖାତାଧାରକଙ୍କୁ କାର ଲୋନ, ବ୍ୟକ୍ତିଗତ ଲୋନ , ଘର ନିର୍ମାଣ ପାଇଁ ଲୋନ, ଏଜୁକେଶନ ଲୋନ ଉପରେ ସୁବିଧା ଯୋଗାଇ ଆସୁଛି । ଏହା ବ୍ୟତୀତ ଏବେ ପୁଣି କିଛି ସୁବିଧା ଘୋଷଣା କରାଯାଇଛି ।

  • ଏସବିଆଇ ସାଲାରୀ ଆକାଉଣ୍ଟଧାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇବ   ।
  • ଏସବିଆଇର ୱେବସାଇଟ୍ ମୁତାବକ ଯଦି କୌଣସି ସାଲାରୀ ଆକାଉଣ୍ଟଧାରୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ ତେବେ ତା’ର ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କାର ବୀମାରାଶି ମିଳିବ ।
  • ଯଦି କୌଣସି ସାଲାରୀ ଆକାଉଣ୍ଟଧାରୀ ଷ୍ଟେଟବ୍ୟାଙ୍କରୁ ବ୍ୟକ୍ତିଗତ ଋଣ, ହୋମ ଲୋନ କିମ୍ବା କାର ଲୋନ ନିଅନ୍ତି ତାହେଲେ ବ୍ୟାଙ୍କ ତରଫରୁ ୫୦ ପ୍ରତିଶତ ଲୋନ ପ୍ରୋସେସିଂ ଚାର୍ଜ ଛାଡ କରିବ ବୋଲି ଘୋଷଣା କରିଛି ଏସବିଆଇ ।
  • ଯଦି ଜଣେ ସାଲାରୀ ଆକାଉଣ୍ଟଧାରୀ ଆବଶ୍ୟକ ସ୍ଥଳେ ଓଭରଡ୍ରାଫ୍ଟ କରିବାକୁ ଚାହିଁବ ତେବେ ବ୍ୟାଙ୍କ ତରଫରୁ ତାଙ୍କୁ ଅଗ୍ରୀମ ଆକାରରେ ୨ ମାସର ଦରମା ମିଳିପାରିବ ।
  • ଯଦି ଆପଣ ଏସବିଆଇରେ ସାଲାରୀ ଆକାଉଣ୍ଟ ଖୋଲୁଛନ୍ତି ବା ଆପଣଙ୍କର ସାଲାରୀ ଆକାଉଣ୍ଟ ରହିଛି ତେବେ ଆପଣ ୨୫ ପ୍ରତିଶତ ରିହାତିରେ ଷ୍ଟେଟବ୍ୟାଙ୍କର ଲକର ବ୍ୟବହାର କରିପାରିବେ ।
  • ଏହା ବ୍ୟତୀତ ବ୍ୟଙ୍କ ତରଫରୁ ସାଲାରୀ ଆକାଉଣ୍ଟଧାରୀଙ୍କୁ ମାଗଣାରେ ଏସଏମଏସ ସୂଚନା, ଫ୍ରି ଅନଲାଇନ ଟ୍ରାନଜାକ୍ସନ, କୌଣସି ବ୍ୟାଙ୍କର ଏଟିଏମରୁ ଅସୀମିତ ଅର୍ଥ କାରବାର, ମଲ୍ଟିସିଟି ଚେକ୍ ଭଳି ସୁବିଧା ପୁରା ମାଗଣାରେ ପାଇପାରିବେ ।