ନିର୍ବାଚନ କମିଶନଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ଦାଖଲ କଲା ଏସବିଆଇ ।

489

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏସବିଆଇ ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି । ସୋମବାର ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ଏସବିଆଇ ଇଲେକ୍ଟୋରାଲ ବଣ୍ଡର ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବ ।

ମାର୍ଚ୍ଚ ୧୫ ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ନିଜ ୱେବସାଇଟରେ ତଥ୍ୟ ଅପଲୋଡ କରିବାକୁ ପଡିବ । ଫେବୃଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିବା ସହିତ ସମସ୍ତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ଏକ ଗୁପ୍ତ ପ୍ରକ୍ରିୟା, ସମସ୍ତ ତଥ୍ୟ ଦାଖଲ କରିବାକୁ ୪ ମାସ ସମୟ ଲାଗିବ ବୋଲି କୋର୍ଟଙ୍କୁ ଏସବିଆଇ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ । ହେଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏସବିଆଇ ଉପରେ ବର୍ଷିବା ସହ ତାଙ୍କୁ ମଙ୍ଗଳବାର ଭିତରେ ତଥ୍ୟ ଦେବାକୁ କହିଥିଲେ ।