ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ! ଏସବିଆଇ ଦେଉଛି ଇଣ୍ଟର୍ଣ୍ଣସିପ ସୁବିଧା, ମାସକୁ ମିଳିବ ୧୨ ହଜାର ଟଙ୍କା ଦରମା

107

ଗ୍ରୀଷ୍ମ ଛୁଟିରେ ଯଦି କୌଣସି ଜାଗାରେ ଇଣ୍ଟର୍ଣ୍ଣସିପ କରିବାକୁ ଚାହୁଁଥାନ୍ତି ତେବେ ଆଉ ଡ଼େରି କରନ୍ତୁ ନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ ଆଣିଛି । ବିନା କୌଣସି ପରୀକ୍ଷାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଇଣ୍ଟର୍ଣ୍ଣସିପ କରିବାର ସୁବିଧା ଦେଉଛି ଏସବିଆଇ । କିନ୍ତୁ ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚି ରହିବା ଆବଶ୍ୟକ । ସୂଚନା ଅନୁଯାୟୀ, ଏସବିଆଇ ଫାଉଣ୍ଡସେନ ଛାତ୍ରଛାତୀଙ୍କୁ ପାଇଁ ଦୁଇ ମାସ ପାଇଁ ଇଣ୍ଟର୍ଣ୍ଣସିପ ସୁବିଧା ଦେଉଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ରିସର୍ଚ୍ଚ ଇଣ୍ଟନ ଭାବେ ସାମିଲ କରାଯିବ । ଏହି ଦୁଇ ମାସର ଇଣ୍ଟନସିପ ମଧ୍ୟରେ ଛାତ୍ରଛାତ୍ରୀ ମାନେ ରୋଜଗାର ଓ ସମାଜ ଉପରେ ହେଉଥିବା ରିସର୍ଚ୍ଚ ପ୍ରୋଜେକ୍ଟରେ ଏସବିଆଇ ଫାଉଣ୍ଡସେନକୁ ସହାୟତା କରିବେ ।

ମେ ଓ ଜୁନ ଦୁଇ ମାସ ଚାଲିବ ଇଣ୍ଟର୍ଣ୍ଣସିପ । ଏହି ସମୟ ମଧ୍ୟରେ ଏସବିଆଇ ଫାଉଣ୍ଡେସନ ପ୍ରତିମାସରେ ଛାତ୍ରଛାତ୍ରୀଙ୍କୁ ୧୨ ହଜାର ଟଙ୍କାଏ ଲେଖାଏଁ ଷ୍ଟାଇପେଣ୍ଡ ଆକାରରେ ଦେବ । ଇଣ୍ଟର୍ଣ୍ଣସିପ ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ନିକଟରେ ମାଷ୍ଟରଡ଼ିଗ୍ରୀ ରହିବା ଆବଶ୍ୟକ । ହ୍ୟୁମାନଟେରିୟମ ୱାର୍କରେ ମାଷ୍ଟରଡ଼ିଗ୍ରୀ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ । ଏସବିଆଇ ଫାଉଣ୍ଡେସନ ଇଣ୍ଟର୍ଣ୍ଣସିପରେ ଆବେଦନ କରିବା ପାଇଁ ମେ ୧୫ ପର୍ଯ୍ୟନ୍ତ ଶେଷ ତାରିଖ ରହିଛି । ଏହି ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ମୁମ୍ବାଇର ନରିମାନ ପଏଣ୍ଟରେ ଛାତ୍ରଛାତ୍ରୀ ମାନେ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ପାଇବେ ।

ଏହି ଇଣ୍ଟର୍ଣ୍ଣସିପ ବିଷୟରେ ଅଧିକ ଜାଣିବା ପାଇଁ http://www.sbifoundation.in/careers ୱେବସାଇଟରେ ଦେଖିପାରିବେ । ଏଠାରେ ଆପଣଙ୍କୁ ଇଣ୍ଟନସିପ ବାବଦକୁ ସମସ୍ତ ତଥ୍ୟ ମିଳିଯିବ ।