କନକ ବ୍ୟୁରୋ: ନିର୍ବାଚନ ବଣ୍ଡ ମାମଲାକୁ ନେଇ ବିବାଦ ଭିତରେ ଗୁରୁବାର ସୁପ୍ରିମକୋର୍ଟରେ ଉତର ରଖିଛି ଏସବିଆଇ । ନିର୍ବାଚନୀ ବଣ୍ଡ ସମ୍ପର୍କୀତ ସବୁ ଟିକିନିଖି ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ନେଇ କୋର୍ଟରେ କହିଛି ଏସବିଆଇ । ଇଲୋକ୍ଟାରାଲ ବଣ୍ଡକୁ ନେଇ ପୁରା ତଥ୍ୟ ପ୍ରଦାନ କରିନଥବାରୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ଏସବିଆକୁ ସମାଲୋଚନା କରିବା ସହ ଗୁରୁବାର ସୁଦ୍ଧା ପୁରା ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଏସମ୍ପର୍କ ସବୁ ତଥ୍ୟ ୱେବସାଇଟ୍ରେ ଅପଲୋଡ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନାମ ଗୋପନ ରଖି ରାଜନୈତିକ ଦଳଗୁଡିକୁ ଇଲୋକ୍ଟ୍ରୋରାଲ ବଣ୍ଡ ଜରିଆରେ ଚାନ୍ଦା ଦେବାର ବ୍ୟବସ୍ଥା ଥିଲା । ଯାହାକୁ ସୁପ୍ରମିକୋର୍ଟ ଅସମ୍ବିଧାନିକ କହିବା ସହ ଏସମ୍ପର୍କୀତ ସବୁ ତଥ୍ୟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।