ଏସବିଆଇର ୟୋନୋ ଆପ ଲୋକମାନଙ୍କ ପାଇଁ ଏବେ ଏକ ସହଜ ଉପାୟ ପାଲଟି ଯାଇଛି । ଏହି ଆପକୁ ମାତ୍ର ୧୦ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକ ଡାଉନଲୋଡ କରି ବ୍ୟବହାର କରୁଛନ୍ତି । ଗତ ୨୪ ନଭେମ୍ବର ୨୦୧୭ରେ ଏହି ଆପକୁ ଏସବିଆଇ ତରଫରୁ ଲଞ୍ଚ କରାଯାଇଥିଲା । ଏସବିଆଇ ତରଫରୁ ଲଞ୍ଚ ହୋଇଥିବା ୟୋନୋ ଆପ ଜରିଆରେ ଗ୍ରାହକମାନେ ନିଜର ବ୍ୟାଙ୍କିଙ୍ଗ, ସପିଙ୍ଗ, ଲାଇଫଷ୍ଟାଇଲ୍ ଏବଂ ଇଂଭେଷ୍ଟମେଣ୍ଟ ସମ୍ବନ୍ଧିୟ ଆବଶ୍ୟକାତା ପାଇଁ ୟୋନୋ ଆପକୁ ଗ୍ରାହକମାନେ ଏବେ ବ୍ୟବହାର କରୁଛନ୍ତି ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କୁ ଡିଜିଟାଲ୍ ପ୍ଲାଟଫର୍ମ ୟୁନୋ ଆପରୁ ସପିଙ୍ଗ୍ କରିବା ପରେ ଅତିରିକ୍ତ ଡିସକାଉଣ୍ଟ ତଥା କ୍ୟାସବାକର ଲାଭ ମିଳିବ । ୟୁନୋ (ୟୁ ଓନଲି ନିଡ୍ ୱାନ୍) ଏକ ଡିଜିଟାଲ୍ ଆପ୍ ଅଟେ । ଯାହା ଜରିଆରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସେବା ପ୍ରାପ୍ତ ହୋଇଥାଏ । ଏହା କାଗଜରେ ସୀମିତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଅନେକ ଉତ୍ପାଦ ନିବେଶର ସେବା କରିଥାଏ , ଏହାସହ ଏହି ଆପ୍ ଜରିଆରେ ଗ୍ରାହକ ସପିଙ୍ଗ୍ କରିବାର ସୁବିଧା ମଧ୍ୟ ଉଠାଇ ପାରିବେ । ଏଥିରେ ୮୫ ଇ-କମର୍ସ କମ୍ପାନୀ ରହିଛି ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ କୁହାଯାଇଛି ଯେ ଡିଜିଷ୍ଟାଲ୍ ସପିଙ୍ଗ୍ ଫେଷ୍ଟିଭାଲ୍ ସହ ଆସିବା ଭଳି ଏହା ହେଉଛି ପ୍ରଥମ ବ୍ୟାଙ୍କ୍ । ଯେଉଁଥିରେ ୧୬ ରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଏସବିଆଇର କ୍ରେଡିଟ୍ ତଥା ଡେବିଟ୍ କାର୍ଡ ବ୍ୟବହାର କଲେ ୧୦ ପ୍ରତିଶତର ରିହାତି ତଥା କ୍ୟାସ୍ ବ୍ୟାକ୍ ମିଳିବାର ସୁବିଧା ମଧ୍ୟ ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/43612919_1724324404339343_2792311019706253312_n.jpg.pagespeed.ce_.NPNrQ5w5XF.jpg)
/kanak/media/post_attachments/wp-content/uploads/2018/10/sbi-yono-shopping-festival-video-screenshot-300x170.jpg)
/kanak/media/post_attachments/wp-content/uploads/2018/10/SBI-YONO-App-1-1-300x214.png)