କରୋନା କାଳରେ ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଲା ଏସବିଆଇ :  ଋଣ ପରିଶୋଧ ପାଇଁ ମିଳିଲା ଦୁଇ ବର୍ଷର ଅତିରିକ୍ତ ସମୟ ; ରୋଜଗାର ହରାଇଥିଲେ ନେଇପାରିବେ ୨୪ ମାସର ମୋରାଟରିୟମ୍

3,353

କନକ ବ୍ୟୁରୋ : ରୁଣ କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଏସବିଆଇ । ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ରୁଣ କିମ୍ବା ଅନ୍ୟାନ୍ୟ ରୁଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଷୋଧ ପାଇଁ ଏଣିକିି ଅତିରିକ୍ତ ୨ ବର୍ଷ ସମୟ ପାଇବେ । କରୋନା ମହାମାରୀ ଦ୍ୱାରା ରୋଜଗାର ପ୍ରଭାବିତ ହୋଇଥିଲେ ଏହି ରିହାତି ପାଇପାରିବେ ଏସବିଆଇ ଉପଭୋକ୍ତା । ଏଥିପାଇଁ ୨୪ ମାସର ମୋରାଟରିୟମ ଦିଆଯାଇଛି, ଅର୍ଥାତ ରୁଣ ପରିଷୋଧର ସମୟ ସୀମାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି । ତେଣୁ ଆପଣ ନେଇଥିବା ରୁଣର ପରିଷୋଧ ଅବଧି ଯାହା ଥିବ, ଏଥିରେ ଆଉ ଦୁଇବର୍ଷ ସମୟ କୋହଳ କରାଯିବ । ଯଦି ମାର୍ଚ୍ଚ ୧ ପୂର୍ବରୁ ଆପଣ ରୁଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ଏହି ରୁଣ ସୁଝିବାର ଥିବ ତେବେ ଆପଣ ଚାହିଁଲେ ଏହାକୁ ୭ବର୍ଷରେ ଶୁଝି ପାରିବେ ।

କିନ୍ତୁ ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୩୫ ବେସିସ ପଏଂଟ ଅର୍ଥାତ ଶୂନ ଦଶମିକ ୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ । ହେଲେ କରୋନା ମହାମାରୀ ପ୍ରଭାବରେ ଅନେକ ଚାକିରି ହରାଇବା ସହ ଦରମା କାଟର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଷ୍ଟେଟବ୍ୟାଙ୍କର ଏହି ରିହାତି ବଡ ଆଶ୍ୱସ୍ତି ହୋଇପାରେ । ଏହି ସେବା ନେବା ପାଇଁ ଆପଣଙ୍କୁ ଚାକିରି ହରାଇଥିବା କିମ୍ବା ଦରମା କାଟ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ରୁଣ କରିଥିବା ବ୍ୟଙ୍କ ନିକଟରେ ଦାଖଲ କରିବାକୁ ପଡିବ ।