ଭୁବନେଶ୍ୱର ବଢେଇବାଙ୍କ ଛକରୁ ଏଟିଏମ ଲୁଟ ଘଟଣା : ଲୁଟର ଡେମୋ ଦେଖାଇଲା ହରିୟାଣା ଲୁଟେରା

କିଭଳି ଲୋକଙ୍କ ଆଖିରେ ଆଙ୍ଗୁଠୀ ଗେଂଜି ଚୋରୀ କରିନେଉଥିଲା ଟଙ୍କା କହିଲା ଅପରାଧୀ

197

କନକ ବ୍ୟୁରୋ : ଲୁଟେରା ଦେଖାଇଲା ଲୁଟର ଡେମୋ । ପୋଲିସ ହାତରେ ଧରାପଡ଼ିଥିବା ହରିୟାଣାର ନୌଉ ଗାଁର ସଲମାନ କେମିତି ଲୁଟ କରୁଥିଲା ତାର ଡେମୋ ଦେଖାଇଛି । ପୋଲିସ ସହାୟତାରେ ସୈନିକ ସ୍କୁଲ ପାଖରେ ଥିବା ଏସବିଆଇ ଏଟିଏମ ଭିତରେ ଡେମୋ ଦେଖାଇଛି ଅଭିଯୁକ୍ତ । ରାଜଧାନୀ ବଢ଼େଇବାଙ୍କ ଛକ ଏସବିଆଇ ଏଟିଏମ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଜଣଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ । ଲୁଟେରାଙ୍କ ଠାରୁ କାର ଓ ଟଙ୍କା ଜବତ କରିଥିଲା ପୋଲିସ । ଜବତ ହୋଇଥିବା କାରରେ ବୁଲି ବୁଲି ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ ଲୁଟେରା । ଲୁଟେରାମାନେ କିଭଳି ଟେକନିକରେ ଲୁଟ କରୁଥିଲେ ତାକୁ ନେଇ ପୁରା ଡେମୋ ଦେଖାଇଛି ଗିରଫ ହୋଇଥିବା ଅଭିଯୁକ୍ତ ।