ବଦଳିଲା ଏଟିଏମରୁ ଟଙ୍କା ଉଠାଣ ନିୟମ । ଏଣିକି ମୋବାଇଲରେ ବାଲାନ୍ସ ନଥିଲେ ଏଟିଏମ୍ ମେସିନରୁ ଉଠିବ ନାହିଁ ଟଙ୍କା ! ଦିନ ହେଉ କି ରାତି ଏବେ କୌଣସି ବି ସମୟରେ ଟଙ୍କା ଉଠାଇଲେ ଏଟିଏମ ମାଗିବ ଓଟିପି

ବଦଳିଲା ଏଟିଏମରୁ ଟଙ୍କା ଉଠାଣ ନିୟମ । ଏଣିକି ମୋବାଇଲରେ ବାଲାନ୍ସ ନଥିଲେ ଏଟିଏମ୍ ମେସିନରୁ ଉଠିବ ନାହିଁ ଟଙ୍କା ! ଦିନ ହେଉ କି ରାତି ଏବେ କୌଣସି ବି ସମୟରେ ଟଙ୍କା ଉଠାଇଲେ ଏଟିଏମ ମାଗିବ ଓଟିପି

କନକ ବ୍ୟୁରୋ: ଏଣିକି ମୋବାଇଲ ନଥିଲେ ଆଉ ଉଠିବ ନାହିଁ ଟଙ୍କା । ଏଟିଏମରୁ କ୍ୟାସ ଉଠାଇବା ପାଇଁ ଏବେ ଆପଣଙ୍କ ପାଖରେ ମୋବାଇଲ ରଖିବା ନିହାତି ଦରକାର । ଯଦି ଆପଣଙ୍କ ପାଖରେ ମୋବାଇଲ ଫୋନ ନାହିଁ ତେବେ ଆପଣ ଏଟିଏମରୁ ଟଙ୍କା ଉଠାଇପାରିବେ ନାହିଁ । ଆଉ ସେ ନମ୍ବରଟି ବି ପୁଣି ଆପଣଙ୍କ ବ୍ୟାଙ୍କ ଆକାଉଁଟ୍ ସହ ଲିଙ୍କ ଥିବା ଆବଶ୍ୟକ । ତେବେ ଦିନକୁ ଦିନ ବୃଦ୍ଧି ପାଉଥିବା ଏଟିଏମ୍ ଠକେଇ ତଥା ଗ୍ରାହକଙ୍କ ସୁରକ୍ଷାକୁ ନଜରରେ ରଖି ଏବେ ରାତି ଭଳି ଦିନରେ ମଧ୍ୟ ଏଟିଏମ ମେସିନରୁ ଟଙ୍କା ଉଠାଣକୁ ନେଇ ଓଟିପି ବ୍ୟବସ୍ଥା ଆରମ୍ଭ କରୁଛି ଦେଶର ସବୁଠୁ ବଡ ବ୍ୟାଙ୍କ ତଥା ଏସବିଆଇ । ଆସନ୍ତା ୧୮ ତାରିଖରୁ ଏସବିଆଇର ଏହି ନୂଆ ନିୟମ ଦେଶବ୍ୟାପୀ ଲାଗୁ ହୋଇଯାଇଛି । ଫଳରେ ଏସବିଆଇର କୌଣସି ବି ଏଟିଏମରୁ ଯଦି ଆପଣ ଟଙ୍କା ଉଠାଇବା ପାଇଁ ଯାଉଛନ୍ତି ତେବେ ଏଟିଏମ ଏଥିପାଇଁ ଆପଣଙ୍କୁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ନମ୍ବର ମାଗିବ ।

୧୦ ହଜାରରୁ ଅଧିକ କ୍ୟାସ୍ ପାଇଁ ଏଟିଏମ ମାଗିବ ଓଟିପି

ଏସବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଜାନୁଆରୀ ୧ ତାରିଖରେ ବ୍ୟାଙ୍କ ତରଫରୁ ଏହି ନିୟମ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଯଦି କୌଣସି ଗ୍ରାହକ ରାତି ୮ଟାରୁ ସକାଳ ୮ଟା ମଧ୍ୟରେ ୧୦ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କା ଏସବିଆଇର କୌଣସି ଏଟିଏମରୁ ଉଠାଉଛନ୍ତି ତେବେ ଏଥିପାଇଁ ତାଙ୍କୁ ଓଟିପି ଦେବାକୁ ହେବ । ଏବେ କିନ୍ତୁ ଦେଶର ସମସ୍ତ ଏସବିଆଇ ଏଟିଏମରେ ଓଟିପି ଆଧାରିତ କ୍ୟାସ୍ ଉଠାଣ ବ୍ୟବସ୍ଥା ୨୪ ଘଂଟିଆ ଲାଗୁ କରିଦିଆଯାଇଛି । ଅର୍ଥାତ୍ ଏଣିକି ଯେତେବେଳେ ବି ଆପଣ ଏଟିଏମରୁ ଟଙ୍କା ଉଠାଇବାକୁ ଯିବେ ଆପଣଙ୍କୁ ପ୍ରଥମେ ଓଟିପି ନମ୍ବର ଦେବାକୁ ପଡିବ । ତେବେ ଏସବିଆଇର ଏହି ବ୍ୟବସ୍ଥା ୧୮ ତାରିଖରୁ ଦେଶବ୍ୟାପୀ ଲାଗୁ ହୋଇଛି । ୧୦ ହଜାର କିମ୍ବା ଏହାଠୁ ଅଧିକ ଟଙ୍କା ଉଠାଇଲେ ଏବେ ଆପଣଙ୍କୁ ପିନକୋଡ୍ ସହ ବ୍ୟାଙ୍କ ଖାତା ସହ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଆସିଥିବା ଓଟିପି ନମ୍ବର ମଧ୍ୟ ଦେବାକୁ ହେବ । ଯଦି ଆପଣଙ୍କ ଓଟିପି ନଦିଅନ୍ତୁ ତେବେ ଆପଣଙ୍କ ଏଟିଏମରୁ ଟଙ୍କା ଉଠାଇପାରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe