ବରିଷ୍ଠ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ଏସବିଆଇ କଲା ବ୍ରାଣ୍ଡ ଆମ୍ବାସଡର । ଜାଣନ୍ତୁ ବ୍ୟାଙ୍କ ତରଫରୁ ମିଳିଲା କେଉଁ ଦାୟିତ୍ୱ
କନକ ବ୍ୟୁରୋ : ଦିପାବଳୀ ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ବରିଷ୍ଠ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ମିଳିଛି । ପବ୍ଲିକ ସେକ୍ଟରରେ ସବୁଠାରୁ ବଡ ବ୍ୟାଙ୍କ ତରଫରୁ ରବିବାର ଦିନ ଏହା ଘୋଷଣା କରାଯାଇଛି । ବ୍ୟାଙ୍କ ତରଫରୁ ଧୋନୀ ମାର୍କେଟିଂ ଓ ବିଜ୍ଞାପନ ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି କି, ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ସାମିଲ କରି ଆମେ ବେଶ ଗର୍ବିତ । ଏହାସହ ଧୋନୀ ଏସବିଆଇ ସହ ଯୋଡି ହେବା ପରେ ବ୍ରାଣ୍ଡ ଏକ ନୂଆ ଅବତାର ନେବ ବୋଲି ସେ କହିଛନ୍ତି । ଏହି ନିଷ୍ପତ୍ତି ଭାଗିଦାରୀ, ଲକ୍ଷ୍ୟ, ବିଶ୍ୱାସ, ଅଖଣ୍ଡତା ଓ ଅତୁଟ ସମର୍ପଣ ସହିତ ରାଷ୍ଟ୍ର ଓ ଆମ ଗ୍ରାହକଙ୍କ ସେବା କରିବାର ପ୍ରତିବଦ୍ଧତାକୁ ମଜବୁତ କରିବ ବୋଲି ସେ କହିଛନ୍ତି ।
ଭାରତୀୟ ଷ୍ଟେଟ ବ୍ୟାଙ୍କ, ସମ୍ପତ୍ତି, ଡିପୋଜିଟ, ଶାଖା, ଗ୍ରାହକ ଓ କର୍ମଚାରୀ ମାମଲାରେ ଦେଶର ସବୁଠାରୁ ବଡ ବ୍ୟବସାୟୀକ ବ୍ୟାଙ୍କ ଅଟେ । ଏହାସହ ଏସବିଆଇ ଦେଶର ସବୁଠାରୁ ବଡ ଋଣଦାତା ମଧ୍ୟ । ଯିଏ କି, ଏପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଘର କିଣିବାକୁ ଋଣ ଦେଇସାରିଛି ।
ଜୁନ ୨୦୨୩ ସୁଦ୍ଧା ବ୍ୟାଙ୍କର ଡିପୋଜିଟ ୪୫.୩୧ ଲକ୍ଷ କୋଟି ଟଙ୍କା । ଡିଜିଟାଲ ଋଣ ଦେବାରେ ଦେଶର ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟରୁ ୟୋନୁ ମାଧ୍ୟମରେ ଏସବିଆଇ ୫.୪୨୮ କୋଟି ଟଙ୍କାର ଋଣ ଆପ୍ରୋଭ କରିଛି । ୨୦୨୪ ପୂର୍ବର ପ୍ରଥମ ତୈମାସିକ ରିପୋର୍ଟ ଆଧାରରେ ଅନ୍ୟ ବ୍ୟାଙ୍କ ତୁଳନାରେ ଏସବିଆର ଫେସବୁକ୍ ଓ ଟ୍ୱିଟରରେ ସବୁଠାରୁ ଅଧିକ ଫଲୋଅର୍ସ ରହିଛନ୍ତି ।